ଦ୍ବିତୀୟ ଥର କ୍ଷମତାକୁ ଫେରିଲେ ଜଷ୍ଟିନ ଟ୍ରୁଡ୍ୟୁ

ଟରଣ୍ଟୋ: କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡ୍ୟୁଙ୍କ ଲିବେରାଲ ପାର୍ଟି ଦେଶର ସାଧାରଣ ନିର୍ବାଚନରେ ବିଜୟଲାଭ କରି କ୍ଷମତାକୁ ଫେରିଛି। କିନ୍ତୁ ପୂର୍ବାପେକ୍ଷା ଏଥର ତାଙ୍କୁ କମ୍‌ ଆସନ ମିଳିଛି। ମୋଟ ୩୩୮ ଇ​‌ଲେକ୍ଟୋରାଲ ଡିଷ୍ଟ୍ରିକ୍ଟ ମଧ୍ୟରୁ ଲିବେରାଲ ପ୍ରାର୍ଥୀମାନେ ୧୫୭ଟିରେ ବିଜୟୀ ଅଥବା ଆଗୁଆ ରହିଛନ୍ତି। ଅନ୍ୟ ୧୨୧ଟିରେ ତାଙ୍କର ପ୍ରମୁଖ ପ୍ରତିଦ୍ବନ୍ଦ୍ବୀ ଆଣ୍ଡ୍ର୍ୟୁ ଏବଂ କଞ୍ଜରଭେଟିଭ ଦଳ ଅଗ୍ରଣୀ ରହିଛି। ସରକାର ଗଠନ ଲାଗି ଟ୍ରୁଡ୍ୟୁଙ୍କୁ କ୍ଷୁଦ୍ରଦଳଗୁଡିକ ସହିତ ମେଣ୍ଟ କରିବାକୁ ପଡିବ। ଆଗାମୀ ସପ୍ତାହରେ ସେ ସଂସଦରେ ବୈଧାନିକ ବ୍ୟବସ୍ଥା ନେଇ ନିଜର ପ୍ରାଥମିକତା ସମ୍ବନ୍ଧରେ ବିବୃତି ଦେବେ। ପରେ ତାଙ୍କୁ ଆସ୍ଥାଭୋଟର ସମ୍ମୁଖୀନ ହେବାକୁ ପଡିବ। ୪୭ ବର୍ଷୀୟ ପୂର୍ବତନ ସ୍କୁଲ ଶିକ୍ଷକ ଟ୍ରୁଡ୍ୟୁ ଗତ ୪ ବର୍ଷ ହେବ ଦେଶର ପ୍ରଧାନମନ୍ତ୍ରୀ ଭାବେ କ୍ଷମତାରେ ଥିଲେ।

Comments are closed.