ଭାରତ ସଂଗଠନ ତରଫରୁ ୧୨୦ ଅସହାୟ ପରିବାରକୁ କମ୍ବଳ ବଣ୍ଟନ

ପାଟଣା: ସ୍ୱେଚ୍ଛାସେବୀ ଅନୁଷ୍ଠାନ ଭାରତ ଏରେଣ୍ଡେଇର ମୋ ଉପବନ ପ୍ରକଳ୍ପ ତରଫରୁ ପାଟଣା, ଘଟଗାଁ ଓ ହରିଚନ୍ଦନପୁର ବ୍ଲକର ୧୫ଟି ଗ୍ରାମର ୧୨୦ ଅସହାୟ ପରିବାରକୁ କମ୍ବଳ ବଣ୍ଟନ କରାଯାଇଛି । ଏଥିରେ ପଂଚାୟତିରାଜ ସଂସ୍ଥାର ସଦସ୍ୟ ସଦସ୍ୟା, ଅଙ୍ଗନବାଡି କର୍ମୀ ଓ ଆଶାକର୍ମୀ ଗଣ ସହଯୋଗ କରି ଅସହାୟମାନଙ୍କୁ କମ୍ବଳ ବଣ୍ଟନ କରିଥିଲେ । ଅନୁଷ୍ଠାନର ପ୍ରକଳ୍ପ ପରିଚାଳକ ନବକିଶୋର ମିଶ୍ର ଯୋଗଦେଇ କୋଭିଡ-୧୯ର ନୀତି ନିୟମକୁ ମାନି ଚଳିବାକୁ ଅନୁରୋଧ କରିବା ସହ ଲୋକଙ୍କୁ ସଚେତନ କରାଇଥିଲେ । ପ୍ରକଳ୍ପ ସଂଯୋଜକ ଶିବନାଥ ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ରଣଜିତ ମହାନ୍ତ, ତ୍ରିଲୋଚନ ମହାନ୍ତ, ଗଙ୍ଗାରାମ ମୁଣ୍ଡା, ସୀତାକାନ୍ତ ପାଇକରାୟ, ଦମୟନ୍ତୀ ମହାରଣା, ଜ୍ୟୋତିରଂଜନ ବାରିକ, ଅଜିତ ସାହୁ, ପ୍ରେମଲତା ମହାନ୍ତ, ହରପ୍ରିୟା ମୁଦୁଲି, ଅର୍ଜ୍ଜୁନ କୁମାର ସେଠୀ, ରଶ୍ମିରେଖା ମହାନ୍ତ ପ୍ରମୁଖ ଶୀତବସ୍ତ୍ର ବଣ୍ଟନରେ ସହାୟତା କରିଥିଲେ ।

ସୂଚନା ଥାଉକି, ପୂର୍ବରୁ ମଧ୍ୟ ଏହି ସଂଗଠନ ତରଫରୁ ଲକଡାଉନ ସମୟରେ ଶୁଖିଲା ଖାଦ୍ୟ ମଧ୍ୟ ବଣ୍ଟନ କରାଯାଇଥିଲା ।

Comments are closed.