‘ସମାଜ’ ପକ୍ଷରୁ କମ୍ବଳ ବଣ୍ଟନ

ଗୁରୁଡିଝାଟିଆ: ସମାଜ ରିଲିଫ ପକ୍ଷରୁ ଆଜି ଆଠଗଡ ବ୍ଲକର ବିଭିନ୍ନ ଗ୍ରାମ ଓ ସହରରେ କମ୍ବଳ ଓ ସ୍କାର୍ଫ ବଣ୍ଟନ କରାଯାଇଛି। ଗତ କିଛି ଦିନ ହେଲା ହାଡଭଙ୍ଗା ଶୀତ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ଅଭାବୀ ମଣିଷ ଶୀତବସ୍ତ୍ର ଅଭାବରୁ ନାହିଁ ନଥିବା ଦୁର୍ଦ୍ଦଶାର ଶିକାର ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ଆଜି ଲୋକ ସେବକ ମଣ୍ଡଳର ରାଷ୍ଟ୍ରୀୟ ସଂପାଦକ ତଥା ସମାଜ ରିଲିଫ ସଂଗଠନର ଅଧ୍ୟକ୍ଷ ନିରଞ୍ଜନ ରଥଙ୍କ ଉପସ୍ଥିତିରେ ଆଠଗଡ ସହରର ଦୁଇ ଡମ ସାହି, ମହାକାଳବସ୍ତ, ଚମ୍ପାପୁର, ସୁବର୍ଣ୍ଣମଞ୍ଜରୀପୁର ଆଦିବାସୀ ସାହିର ଅଭାବୀ ଜନସାଧାରଣଙ୍କୁ କମ୍ବଳ ଓ ସ୍କାର୍ଫ ପ୍ରଦାନ କରାଯାଇଛି। ପ୍ରାୟ ୩ଶହ କମ୍ବଳ ଓ ସ୍କାର୍ଫ ଜନସାଧାରଣଙ୍କୁ ପ୍ରଦାନ କରାଯାଇଛି। ଗୋପବନ୍ଧୁ ନର୍ସିଂ କଲେଜର ଅଧ୍ୟକ୍ଷ ଚିନ୍ନା ଚିଦିୟାନ ଏନ୍‍, ଚିକିତ୍ସାଳୟର କର୍ମଚାରୀ ନିଗମାନନ୍ଦ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି କମ୍ବଳ ବଣ୍ଟନରେ ସହଯୋଗ କରିଥିଲେ। ସମାଜ ରିଲିଫ ସଂଗଠନର ଏଭଳି କାର୍ଯ୍ୟକୁ ଉପରୋକ୍ତ ଗ୍ରାମର ଜନସାଧାରଣ ସାଧୁବାଦ ଜଣାଇଛନ୍ତି।

Comments are closed.