‘ଉତ୍ସର୍ଗ’ ପକ୍ଷରୁ କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ ଶୁଭାରମ୍ଭ 

ବୌଦ୍ଧ : ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ‘ଉତ୍ସର୍ଗ’ ଅନୁଷ୍ଠାନ ପକ୍ଷରୁ କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ ଶୁଭାରମ୍ଭ କରାଯାଇଛି। ବୌଦ୍ଧ ସହରରେ ରହିଥିବା କୁଷ୍ଠାଶ୍ରମର ଅନ୍ତେବାସୀମାନଙ୍କୁ ଏବଂ ବିଭିନ୍ନ ମନ୍ଦିର ସାମ୍ନାରେ ଭିକ୍ଷାବୃତ୍ତି କରୁଥିବା ଗରିବମାନଙ୍କୁ କମ୍ବଳ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ଆବାହକ ସଂପଦ କୁମାର ଅଗ୍ରୱାଲା, ଦେବାଶିଷ ପୁରୋହିତ, ମାନସରଞ୍ଜନ ସେଠୀ, ପ୍ରବିର କୁମାର ଦାସ, ଦନାର୍ଦ୍ଦନ ମିଶ୍ର, ଦିଲ୍ଲିପ ଚୌଧୁରୀ, ଆଶୁତୋଷ ମହାପାତ୍ର ପ୍ରମୁଖ ଯୋଗଦାନ କରିଥିଲେ। ଆସନ୍ତା ଦିନରେ ବିଭିନ୍ନ ଚିକିତ୍ସାଳୟ ଓ ଆବଶ୍ୟକତା ରହିଥିବା ବ୍ୟକ୍ତିମାନଙ୍କୁ ଶୀତବସ୍ତ୍ର ପ୍ରଦାନ କରିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି।

 

 

 

 

 

Comments are closed.