ମୁଖ୍ୟମନ୍ତ୍ରୀ ହେବାର ୨ ଘଣ୍ଟା ପରେ କୃଷିଋଣ ଛାଡ କଲେ କମଲ ନାଥ

0

ଭୋପାଳ: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାର ୨ଘଣ୍ଟା ପରେ କମଲ ନାଥ କୃଷକଙ୍କ ଋଣ ଛାଡ ସମ୍ପର୍କିତ ଫାଇଲରେ ଦସ୍ତଖତ କରିଛନ୍ତି । ସୂଚନା ଅନୁସାରେ କୃଷକଙ୍କ ୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୃଷି ଋଣକୁ ଛାଡ କରାଯାଇଛି। ବିଧାନସଭା ନିର୍ବାଚନ ପ୍ରଚାର ସମୟରେ ଦଳ କ୍ଷମତାକୁ ଆସିଲେ କୃଷି ଋଣ ଛାଡ କରିବାକୁ ପ୍ରତିଶ୍ରୁତି ଦେଇଥିଲା। ଏହି କ୍ରମରେ ପ୍ରଥମ ପଦକ୍ଷେପ ସ୍ବରୁପ କୃଷି ଋଣ ଛାଡ଼ କରାଯାଇଛି ।

ଅପରାହ୍ଣ ୨ଟା ୩୦ରେ ଭୋପାଳର ଜାମ୍ବୋରି ମଇଦାନରେ ଆୟୋଜିତ ଉତ୍ସବରେ କମଲ ନାଥ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ରାଜ୍ୟପାଳ ଆନନ୍ଦିବେନ ପଟେଲ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ୯ଥର ଲୋକସଭାକୁ ନିର୍ବାଚିତ ହୋଇଥିବା କମଲ ନାଥ (୭୨) ବିଭିନ୍ନ ସମୟରେ କେନ୍ଦ୍ରମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି।
ଏହି ଶପଥ ଗ୍ରହଣ ଉତ୍ସବରେ ବିଦାୟୀ ମୁଖ୍ୟମନ୍ତ୍ରୀ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ଦଳୀୟ ସାଂସଦ ଓ କାର୍ଯ୍ୟକର୍ତ୍ତାଙ୍କ ସମେତ ଏନସିପି ମୁଖ୍ୟ ଶରଦ ପୱାର, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ବାମୀ, ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍ ଚନ୍ଦ୍ରବାବୁ ନାଇଡୁ, ନ୍ୟାସନାଲ କନଫରେନ୍ସ ନେତା ଫାରୁକ ଅବଦୁଲ୍ଲା, ଜେଡିୟୁ ମୁଖ୍ୟ ଏଚଡି ଦେବେଗୌଡା, ଜେଏମଏମ୍ ନେତା ହେମନ୍ତ ସୋରେନ, ଆରଜେଡି ନେତା ତେଜସ୍ବୀ ଯାଦବ, ଡିଏମକେ ମୁଖ୍ୟ ଏମକେ ଷ୍ଟାଲିନ ଓ କାନିମୋଝି ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply