କମଲନାଥଙ୍କ ଅଭିଯୋଗ; ଆମ ୧୦ ବିଧାୟକଙ୍କୁ ବିଜେପି ଦେଉଛି ଟଙ୍କା ଓ ପଦର ଲୋଭ

ଭୋପାଳ : ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥ ମଙ୍ଗଳବାର କାହା ନାମ ନନେଇ ବିଜେପି ବିରୋଧରେ ଘୋଡା ବେପାରର ଅଭିଯୋଗ ଆଣିଛନ୍ତି।
ସେ କହିଛନ୍ତି ଯେ ଆମର ୧୦ ବିଧାୟକଙ୍କୁ ବାରମ୍ବାର କଲ କରି ଟଙ୍କା ଓ ପଦର ଲୋଭ ଦିଆଯାଉଛି। ହେଲେ କଂଗ୍ରେସ ଦଳକୁ ନିଜ ବିଧାୟକଙ୍କ ଉପରେ ପୂର୍ଣ୍ଣ ବିଶ୍ୱାସ ରହିଛି। ଆମ ବିଧାୟକଙ୍କୁ କେହି କିଣିପାରିବେ ନାହିଁ।
ପ୍ରକାଶଯୋଗ୍ୟ ଯେ ବିଜେପି ଗୋଟିଏ ଦିନ ପୂର୍ବରୁ କମଲନାଥଙ୍କୁ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବାକୁ ଆହ୍ୱାନ ଦେଇଥିଲା। ବିଜେପି ଦାବି କରିଥିଲା ଯେ କମଲନାଥଙ୍କ ସରକାର ଅଳ୍ପମତରେ ଅଛି। ଏଥିପାଇଁ ବିଜେପି ରାଜ୍ୟପାଳ ଆନନ୍ଦିବେନ ପଟେଲଙ୍କୁ ଚିଠି ଲେଖି ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ଦାବି ରଖିଛି।

ଅପରପକ୍ଷରେ ବିଜେପି ଘୋଡ଼ା ବେପାର ଅଭିଯୋଗକୁ ଖଣ୍ଡନ କରିଛି। ବିରୋଧୀ ଦଳ ନେତା ଗୋପାଳ ଭାର୍ଗବ କହିଛନ୍ତି ଯେ କମଲନାଥଙ୍କ ସରକାର ମନକୁ ମନ ଭାଙ୍ଗିଯିବ। ଘୋଡ଼ା ବେପାର ଉପରେ ଆମର ବିଶ୍ୱାସ ନାହିଁ।

Comments are closed.