କଂଗ୍ରେସରେ ଯୋଗ ଦେବେ କମଲ ହାସନ!

0

ନୂଆଦିଲ୍ଲୀ : ଛତିଶଗଡ଼ରେ ବିଧାନସଭା ନିର୍ବାଚନ ପୂର୍ବରୁ ଶକ୍ତ ଧକ୍କା ଖାଇଥିବା କଂଗ୍ରେସ ପାଇଁ ୨୦୧୯ ଲୋକସଭା ନିମନ୍ତେ ସାମାନ୍ୟ ଆଶ୍ୱସ୍ତକର ଖବର ରହିଛି। ନିକଟରେ ମକ୍କାଲ ନିଧି ମୈଅମ (ଏମ୍‍ଏନ୍‍ଏମ୍‍) ନାମକ ରାଜନୈତିକ ଦଳ ଗଠନ କରିଥିବା ଅଭିନେତା ତଥା ରାଜନେତା କମଲ ହାସନ ତାମିଲନଡୁରେ କଂଗ୍ରେସ ସହିତ ହାତ ମିଳାଇବାକୁ ମନ ବଳାଇଛନ୍ତି। ଏ ନେଇ ସେ ଏକ ସର୍ତ୍ତ ରଖିଛନ୍ତି। ହାସନ କହିଛନ୍ତି କଂଗ୍ରେସ ଯଦି ଆଗାମୀ ଲୋକସଭା ନିର୍ବାଚନରେ ଡିଏମ୍‍କେ ସହିତ ମେଣ୍ଟ ଭାଙ୍ଗି ଦିଏ ତା’ ହେଲେ ତାଙ୍କ ଦଳ ଏହା ସହିତ ହାତ ମିଳାଇବାକୁ ପ୍ରସ୍ତୁତ। ଫେବୃଆରୀରେ ନୂତନ ଦଳ ଗଠନ କରି ରାଜନୈତିକ ସ୍ତରରେ ଚର୍ଚ୍ଚାକୁ ଆସିଥିବା ହାସନ କ୍ରମାଗତ ଭାବେ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରକୁ ସମାଲୋଚନା କରିଆସୁଛନ୍ତି। ଥାନ୍‍ଥି ଟିଭିକୁ ଶୁକ୍ରବାର ଦେଇଥିବା ଏକ ସାକ୍ଷାତକାରରେ ସେ କହିଛନ୍ତି ତାମିଲନାଡୁବାସୀଙ୍କୁ ଲାଭବାନ କରାଇବା ନେଇ ସେ କଂଗ୍ରେସ ଠାରୁ ନିର୍ଭର ପ୍ରତିଶ୍ରୁତି ଚାହାନ୍ତି।

Leave A Reply