ଏଟିଏମ ଲୁଟ ଉଦ୍ୟମ ବିଫଳ

କାମାକ୍ଷାନଗର – ଢେଙ୍କାନାଳ ସହର କୁଞ୍ଜକାନ୍ତଠାରେ ଥିବା କାନରା ବ୍ୟାଙ୍କ ଏଟିଏମକୁ ଗତକାଲି ବୁଧବାର ବିଳମ୍ବିତ ରାତିରେ ଲୁଟ ଉଦ୍ୟମ ହୋଇଥିବା ବେଳେ ତାହା ବିଫଳ ହୋଇଛି l ଏଟିଏମ ପ୍ରବେଶ ଦ୍ୱାର କବାଟର କାଚ ଭଙ୍ଗା ଯାଇଥିବା ବେଳେ ମେସିନ ସୁରକ୍ଷିତ ରହିଛି, ମାତ୍ର ଟଙ୍କା ପଇସା କିଛି ଲୁଟ ହୋଇପାରିନାହିଁ l

ଗୁରୁବାର ପୂର୍ବାହ୍ନରେ ବ୍ୟାଙ୍କ କର୍ତ୍ତୃପକ୍ଷ ଏ ସମ୍ପର୍କରେ ଜାଣିପାରି ପୁଲିସରେ ଅଭିଯୋଗ କରିଛନ୍ତି l ପୁଲିସ ବ୍ୟାଙ୍କର ସିସିଟିଭି ଫୁଟେଜ ଦେଖି ଅନୁସନ୍ଧାନ ଆରମ୍ଭ କରିଛି । ଏ ନେଇ ବ୍ୟାଙ୍କର ସିନିୟର୍ ମ୍ୟାନେଜର ସ୍ମିତାରଣୀ ପ୍ରଧାନ ସୂଚନା ଦେଇଛନ୍ତି । ଆଜି ସକାଳେ ବ୍ୟାଙ୍କ ଖୋଲାଯାଇଥିବା ବେଳେ ଏହା ଜଣା ପଡ଼ିଛି। ମଧ୍ୟରାତ୍ରୀରେ ସମୟରେ ଲୁଟ୍‌ ଉଦ୍ୟମ ହୋଇଥିବାର ସିସି ଟିଭି ଫୁଟେଜରୁ ଜଣାଯାଇଛି l

Comments are closed.