ସାଇକେଲ ଚୋରିକୁ କେନ୍ଦ୍ର କରି ମରଣାନ୍ତକ ଆକ୍ରମଣ

କାମାକ୍ଷାନଗର  : ସାଇକେଲ ଚୋରିକୁ ନେଇ କେନ୍ଦ୍ର କରି ମରଣାନ୍ତକ ଆକ୍ରମଣ। ଏଭଳି ଏକ ଅଭାବନୀୟ ଘଟଣା ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ବାଇସିଙ୍ଗା ଗ୍ରାମରେ ଘଟିଥିବା ଶୁକ୍ରବାର ଜଣାପଡିଛି।
ସୂଚନା ଯୋଗ୍ୟ  , ବାଇସିଙ୍ଗା ଗ୍ରାମ ରଗଡିସାହିର ଚରଣନାୟକଙ୍କ ଘରୁ ଗତକାଲି ବିଳମ୍ବିତ ସାଇକେଲ ଚୋରି ହୋଇଥିଲା। ଆଜି ସକାଳୁ ଚରଣନାୟକ ଓ ତାଙ୍କ ଭାଇ ମାନେ ସେହି ଗ୍ରାମର ବାଦଲ ନାୟକ  ସାଇକେଲ ଚୋରି କରିଥିବା ଜାଣିବାକୁ ପାଇଥିଲେ । ଏହାକୁ ନେଇ ଉଭୟ ପକ୍ଷଙ୍କ ମଧ୍ୟରେ ବଚସା ହୋଇଥିଲା।  ବାଦଲ ହଠାତ  ଉତକ୍ଷିପ୍ତ ହୋଇ ପାଖରେ ଥିବା ଏକ ଟାଙ୍ଗିଆରେ ଚରଣଙ୍କୁ ଆକ୍ରମଣ କରିଥିଲା ।  ଫଳରେ ଚରଣଙ୍କ ବେକ ପାଖରୁ ପ୍ରବଳ ରକ୍ତସ୍ରାବ ହେବାରୁ ପରିବାର ଲୋକ ତାଙ୍କୁ ତୁରନ୍ତ କାମାକ୍ଷାନଗର ମେଡିକାଲରେ ଭର୍ତି କରାଇଥିଲେ ।  ସେଠାରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ଡାକ୍ତର ତାଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରିଛନ୍ତି ।  ଏ ବିଷୟରେ ଖବର ପାଇ କାମାକ୍ଷାନଗର ପୁଲିସ ମେଡିକାଲରେ ପହଞ୍ଚିବା ସହ ଟାଙ୍ଗିଆକୁ ଜବତ କରି ଅଧିକ ତଦନ୍ତ ଜାରି ରଖିଛି ।  ଅନ୍ୟ ପକ୍ଷରେ ବାଦଲର ସ୍ତ୍ରୀ ଅଭିଯୋଗ କରିଛନ୍ତି ଯେ ଆଜି ସକାଳୁ ମୋ ସ୍ବାମୀ ଶୈାଚ ପାଇିଁ ଯାଉଥିବା ବେଳେ ଚରଣ ଓ ତାଙ୍କ ଭାଇମାନେ ମିଶି ମୋ ସ୍ବାମୀଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଛନ୍ତିା ଯାହା ଫଳରେ ମୋ ସ୍ବାମୀଙ୍କ ଆଖି,ମୁଣ୍ଡ,ରେ ଗୁରୁତର ଆଘାତ ଲାଗିଛି । ତେଣୁ ସେ ଗୁରୁତର ଭାବେ କାମାକ୍ଷାନଗର ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଉଭୟ ପକ୍ଷଙ୍କ ଅଭିଯୋଗ ଆଧାରରେ କାମାକ୍ଷାନଗର ପୁଲିସ ତଦନ୍ତ ଜାରି ରଖିଛି । ଉଭୟ ଗୁରୁତରଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।

Comments are closed.