ଢ଼େଙ୍କାନାଳ ଲକ୍ଷ୍ମୀ ପୂଜା ଅବସରରେ ପଲ୍ଲିଶ୍ରୀମେଳା ପ୍ରସ୍ତୁତି ବୈଠକ

କାମାକ୍ଷାନଗର : ଢେଙ୍କାନାଳ ପ୍ରସିଦ୍ଧ ଲକ୍ଷ୍ମୀ ପୂଜା  ପାଇଁ ପଲ୍ଲିଶ୍ରୀ ମେଳା ସକାଶେ ଏକ ପ୍ରସ୍ତୁତି ଜିଲ୍ଲାପରଷଦ ସଭାଗୃହରେ ଅନୁଷ୍ଠିତ ଜୋଇଯାଇଛି । ଏ ଉପଲକ୍ଷେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଢେଙ୍କାନାଳ ଲକ୍ଷ୍ମୀ ପୂଜା ଅବସରରେ ପଲ୍ଲିଶ୍ରୀ ମେଳା ଆୟୋଜନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ପଲ୍ଲିଶ୍ରୀ ମେଳାକୁ ସରସ ସୁନ୍ଦର ଏବଂ ଆକର୍ଷଣୀୟ କରି ଶୃଙ୍ଖଳିତ ଭାବେ ଆୟୋଜନ କରିବାକୁ ଜିଲ୍ଲାପାଳ ଶ୍ରୀ ସେଠୀ ସମସ୍ତଙ୍କର ସହଯୋଗ କାମନା କରିଛନ୍ତି । ଆସନ୍ତା ୧୦ ତାରିଖରୁ ୧୭ ତାରିଖ ପର୍ୟ୍ୟନ୍ତ ମହିଷାପାଟସ୍ଥ ମେଳା ପଡିଆଠାରେ ଏହି ପଲ୍ଲିଶ୍ରୀ ମେଳା ଆୟୋଜିତ ହେବ । ଏହି ମେଳା ଦିବା ୧୦ ଘଟିକା ଠାରୁ ରାତ୍ର ୧୦ ଘଟିକା ପର୍ୟ୍ୟନ୍ତ ଖୋଲା ରହିବ । ମେଳାରେ ସମସ୍ତ ଜିଲ୍ଲାର ବିଭିନ୍ନ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ , କୁଟୀର ଶିଳ୍ପ , ଡୋକ୍ରା କାରୁକାର୍ୟ୍ୟ , ବିଭିନ୍ନ ଲାଇନ ଡିପାର୍ଟମେଣ୍ଟ ମିଶନ ଶକ୍ତି ଓ ଜରୁରୀ ସେବା ସଂସ୍ଥା , ରାଜ୍ୟ ବାହାରର ଫୁଡ୍ ପ୍ଲାଜା , ବିଭିନ୍ନ ସାମଗ୍ରୀ ପ୍ରସ୍ତୁତକାରୀ ଦଳଙ୍କୁ ନେଇ ୨୦୦ ରୁ ଉର୍ଦ୍ଧ୍ବ ଷ୍ଟଲ ଖୋଲାଯିବ ବୋଲି ଓରମାସର ଡେପୁଟି ସି.ଇ.ଓ. ଶ୍ରୀ ସୌରଭ ଦାଶ ପ୍ରକାଶ କରିଛନ୍ତି ।
ପଲ୍ଲିଶ୍ରୀ ମେଳାକୁ ଆକର୍ଷଣୀୟ କରିବା ପାଇଁ ସନ୍ଧ୍ୟାରେ ଜିଲ୍ଲା ସଂସ୍କୃତି ପରିଷଦ ପକ୍ଷରୁ ସାଂସ୍କୃତିକ କାର୍ୟ୍ୟକ୍ରମ ଏବଂ ଦିନରେ ଲୋକକଳା ଉତ୍ସବ ଅନୁଷ୍ଠିତ ହେବ । ଏହି ପଡିଆରେ ଦୋଳି , ପିଲାମାନଙ୍କ ପାଇଁ ବିଭିନ୍ନ ପ୍ରକାର ଖେଳର ବ୍ୟବସ୍ଥା କରାଯିବ । ପଲ୍ଲିଶ୍ରୀ ମେଳାର ସୁପରିଚାଳନା ନିମନ୍ତେ ପୁଲିସ ପ୍ରଶାସନ ପକ୍ଷରୁ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା କରାଯିବ । ମେଳାକୁ ଶୃଙ୍ଖଳିତ କରିବାକୁ ଏନ . ସି . ସି . , ସ୍କାଉଟ , ଗାଇଡମାନଙ୍କ ସହଯୋଗ ନିଆଯିବ । ପୌରପାଳିକା ପକ୍ଷରୁ ନିୟମିତ ଭାବେ ପରିଷ୍କାର ପରିଚ୍ଛନତା , ବିଶୋଧନ ବ୍ୟବସ୍ଥା ପାର୍କିଂ ବ୍ୟବସ୍ଥା କରାଯିବ । ମେଳା ପଡିଆରେ ସ୍ବାସ୍ଥ୍ୟ ସଚେତନତା , ଆଶୁ ଚିକିତ୍ସା ବ୍ୟବସ୍ଥା ସହିତ ଆମ୍ବୁଲାନ୍ସ୍ ପ୍ରସ୍ତୁତ ରଖାଯିବ । ଅଗ୍ନିଶମ ପକ୍ଷରୁ ୨୪ ଘଣ୍ଟିଆ ଅଗ୍ନି ନିର୍ବାପକ ବ୍ୟବସ୍ଥା କରାଯିବା ସହିତ ଯାନବାହନ ପଲ୍ଲିଶ୍ରୀ ମେଳା ରେ ଅଧିକ ଜନସମାଗମକୁ ଦୃଷ୍ଟିରେ ରଖ୍ ଟ୍ରାଫିକ ନିୟନ୍ତ୍ରଣ ଓ ସୁରକ୍ଷା , ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯିବ ବୋଲି ଆରକ୍ଷୀ ଅଧୀକ୍ଷକ ଲୋଗାନୟାଗୀ ଦିବ୍ୟା ଭି . ପ୍ରକାଶ କରିଥିଲେ । ପ୍ରସ୍ତୁତି ବୈଠକରେ ପାନୀୟ ଜଳ ଯୋଗାଣ , ବିଦ୍ୟୁତ ସରବରାହ , କଣ୍ଟ୍ରୋଲ ରୁମ , ସଦେଇବେରେଣୀ ସ୍ଥିତ କଳାକୃତି ଗ୍ରାମ ଠାରେ ଷ୍ଟଲ୍‌ ର କର୍ମଚାରୀମାନଙ୍କ ରହଣି ଓ ଯାତାୟାତ ବ୍ୟବସ୍ଥା ସମ୍ପର୍କ ରେ ଆଲୋଚନା ହୋଇଥିଲା । ବୈଠକରେ ପ୍ରାରମ୍ଭରେ ଜିଲ୍ଲା ପରିଷଦ ଅତିରିକ୍ତ ନିର୍ବାହୀ ଅଧିକାରୀ ଶ୍ରୀ ସରୋଜ କୁମାର ଦତ୍ତ ( ପ୍ରଶାସନ ) ସ୍ବାଗତ ଭାଷଣ ଦେଇଥିବା ବେଳେ ସଦର ଉପଜିଲ୍ଲାପାଳ ସୁଶ୍ରୀ ସ୍ନିଗ୍ଧା ରାଣୀ ଧଳ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ । ଏହି ପ୍ରସ୍ତୁତି ବୈଠକରେ , ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ସେଠି ( ସାଧାରଣ ) , ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଉଦୟ କୁମାର ମହାପାତ୍ର ( ରାଜସ୍ଵ ) , ବନଖଣ୍ଡ ଅଧିକାରୀ ଶ୍ରୀ ପ୍ରକାଶ ଚାନ୍ଦ ଗୋଗିନେନୀ , ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଓ କାର୍ୟ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ତନ୍ମୟ କୁମାର ଦରୱାନ , ଏଲ.ଡି.ଏମ. ଶ୍ରୀ ସନଜ କୁମାର ସିଂ , ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ ।

Comments are closed.