କାମାକ୍ଷାନଗରରେ ଗୁଳିକାଣ୍ଡ ଘଟଣା ; ଜଣେ ମୃତ

କାମାକ୍ଷାନଗର : ଢେଙ୍କାନାଳ ଜିଲା କାମାକ୍ଷାନଗର ସହରର ସରଙ୍ଗାଧର ଷ୍ଟାଡିୟମ ନିକଟରେ ବୁଧବାର ବିଳମ୍ବିତ ରାତିରେ ଘଟିଥିବା ଗୁଳିକାଣ୍ଡ ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା ଗୁରୁବାର ଜଣାପଡିଛି।  ଗୁରୁତର ୩ ଜଣଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ସ୍ଥାନାନ୍ତର କରାଯାଇଥିଲା l ତନ୍ମଧ୍ୟରୁ ତୋଫାନ ପାତ୍ରର ଗୁରୁବାର ଭୋର ସମୟରେ ମୃତ୍ୟୁ ହୋଥିବାର ଜଣାଯାଇଛି l ଘଟଣାସ୍ଥଳରେ ପୁଲିସ ମୃତୟନ ଅଛନ୍ତି l

Comments are closed.