ଅବ୍ୟବସ୍ଥାରେ ଯାତ୍ରୀ ବିଶ୍ରାମଗାର

କଲ୍ୟାଣ ସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂପୁର ବ୍ଳକ ଅନ୍ତର୍ଗତ ବୁଡ଼ାଗୁଡା ଗ୍ରାମ ପଞ୍ଚାୟତ କୁମ୍ବାର ଗୁଡା ଛକଠାରେ ଥିବା ଯାତ୍ରୀ ବିଶ୍ରାମଗାର ଅବ୍ୟବସ୍ଥା ହୋଇ ପଡିରହିଥିବା ଦେଖିବାକୁ ମିଳିଛି। ଉକ୍ତ ଯାତ୍ରୀ ବିଶ୍ରାମ ଗାର ୧୯୯୬ ମସିହା ନିର୍ମାଣ କରାଯାଇଥିଲା। ଆଜିକୁ ପ୍ରାୟ ୨୪ ବର୍ଷ ହେବ ଏହାର ରକ୍ଷଣାବେକ୍ଷଣ କରାଯାଉନଥିବା ଯୋଗୁଁ ଛାତରୁ ସିମେଣ୍ଟ ଅତଡ଼ା ଖସି ବର୍ଷା ଦିନେ ପାଣି ଗଲୁଛି। ଯାତ୍ରୀଙ୍କ ସୁବିଧା ପାଇଁ ବିଭିନ୍ନ ଗାଁ ଛକ ଯାଗାରେ ଯାତ୍ରୀ ବିଶ୍ରାମଗାର ନିର୍ମାଣ କରାଯାଇଛି। ତେବେ କେତେକ ସ୍ଥାନରେ ଏହାର ରକ୍ଷଣାବେକ୍ଷଣ ଅଭାବରୁ ଗୃହ ଗୁଡ଼ିକ ଭାଙ୍ଗିରୁଜି ଗଲାଣି ଛାତରୁ ସିମେଣ୍ଟ ଅତଡା ଖସି ଲୁହାଛଡ ଦେଖା ଆଉଥିବାରୁ ଯାତ୍ରୀମାନେ ଏହାକୁ ଦେଖି ଛାତ ଖସି ଜିବାଭୟରେ ଭିତରକୁ ପ୍ରବେଶ କରୁନାହାନ୍ତି। ଫଳରେ ଯାତ୍ରୀ ଏଠାରେ ବସିବା ତ ଦୁରରକଥା ଭିତକୁ ଯିବା ପାଇଁ ଇଚ୍ଛା ପ୍ରକାଶ କରୁନାହାନ୍ତି। କାରଣ ଏବେ ଏହା ପଶୁ ମାନ ଙ୍କ ଆଶ୍ରୟ ସ୍ଥଳୀ ପାଲଟିଛି। ଯାତ୍ରୀ ମାନେ ଖରା ବର୍ଷାରେ ଘଣ୍ଟା ଘଣ୍ଟା ଧରି ଖୋଲା ଆକାଶ ତଳେ ରହି ବସକୁ ଅପେକ୍ଷା କରିଥାନ୍ତି। ଉକ୍ତ କୁମ୍ବାର ଗୁଡା ,ଠାରୁ କଲ୍ୟାଣ ସିଂହାପୁର , କୁମ୍ବାର ଗୁଡ଼ା ଠାରୁ ଭୟା ମାଝୀଗୁଡା , ଥେରୁବାଲି ଦେଇ ରାୟଗଡାକୁ ଉକ୍ତ ଛକ ସ୍ଥାନ ଦେଇ ବିଭିନ୍ନ ଯାତ୍ରୀ ବାହି ବସ ଚଳାଚଳ କରୁଛି। ତେଣୁ ବିଭିନ୍ନ ସ୍ଥାନକୁ ଯିବାପାଇଁ ଯାତ୍ରୀ ମାନେ ଏଠାରେ ଗୋଡ଼ ଭାଙ୍ଗି ଅପେକ୍ଷା କରିଥାନ୍ତି।

ଏହି ସମସ୍ୟା ଦେଖି ଗ୍ରାମବାସୀ ବିଧାୟକ ତଥା ଅନୁସୂଚିତ ଜାତି ଓ ଜନଜାତି ପଛୁଆ ବର୍ଗ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରାକାଙ୍କୁ ଜଣାଇଥିଲେ। ଉକ୍ତ ସମସ୍ୟା ବୁଝିବା ପରେ ଶ୍ରୀ ସାରାକା ବିଧାୟକ ପାଣ୍ଠିରୁ ଏକ ଲକ୍ଷ ଟଙ୍କା ଅର୍ଥ ମଞ୍ଜୁର କରିଥିବା ଗ୍ରା ବାସୀ କହିଛନ୍ତି। କିନ୍ତୁ ଟଙ୍କାରେ ଯାତ୍ରୀ ବିଶ୍ରାମ ଗାର ନିର୍ମାଣ କରାଯାଇନାହିଁ। ଏହା ଜରାଜୀର୍ଣ୍ଣ ଅବସ୍ଥାରେ ପଡିଥିବା ବିଶ୍ରାମ ଗାରକୁ ମରାମତି ନ କରି ପୁନର୍ବାର ନୂତନ କୋଠା ନିର୍ମାଣ କରି ଯାତ୍ରୀଙ୍କ ସୁବିଧା ଯୋଗେଇ ଦେବା ପାଇଁ ଗ୍ରାମର ବିକ୍ରମ ହିଆଲ, ବୁର୍ଷା ହିକକା, ଗାଙ୍ଗାନା ହିକକା, ଅଣ୍ଟାର ସିଂ ମୂରଲୀ, ମତିରାମ କନ୍ଦପାଣି,ସୁନ୍ଦର କୌଶଲ୍ୟା ଓ ଦାନୁ କାଡ୍ରାକା ସାଧାରଣରେ ଦାବି କରିଛନ୍ତି।

Comments are closed.