୬ ଲକ୍ଷ ଟଙ୍କାର ଖଇନି ସହ ଏକ ମାକ୍ସ ପିକପ୍ ଭ୍ୟାନ ଜବତ, ଦୁଇ ଗିରଫ

କଲ୍ୟାଣସିଂହପୁର : ଚୋରା ଚାଲାଣ ବେଳେ ୬ ଲକ୍ଷ ଟଙ୍କାର ଖଇନି ସହ ଏକ ମାକ୍ସ ପିକପ୍ ଭ୍ୟାନ ଜବତ ଓ ଦୁଇ ଗିରଫ ହଇଛନ୍ତି । ଏପରି ଖବର ଆସିଛି ରାୟଗଡ଼ା ଜିଲା କଲ୍ୟାଣସିଂହପୁର ଥାନା ଅଞ୍ଚଳରୁ । କଳାହାଣ୍ଡି ଜିଲା ଖରୀଆର ରୋଡ୍ ରୁ ଏକ ମାକ୍ସ ପିକପ୍ ଭ୍ୟାନ ରେ ୬୦ ବସ୍ତା ମାରୁତି ଖଇନୀ ବୋଝଇ ହୋଇ ରାୟଗଡ଼ା କୁ ଚୋରା ଚାଲାଣ ହେଉଥିବା ସ୍ଥାନୀୟ ପୁଲିସ ଜାଣିବାକୁ ପାଇଥିଲା । ଏହାପରେ ମୁଖ୍ୟ ସଡ଼କ ରାମମନ୍ଦିର ନିକଟରେ କଲ୍ୟାଣସିଂପୁର ପୁଲିସ ଉକ୍ତ ପିକପ୍‌ ଭ୍ୟାନକୁ ଅଟକାଇ ଖଇନି ଜବତ କରିଥିଲା । ଜବଦ ଖଇନର ଆନୁମାନିକ ମୂଲ୍ୟ ୬ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ପୁଲିସ ଖଇନ ଚାଲାଣ ହେଉଥିବା ଭ୍ୟାନକୁ ମଧ୍ୟ ଜବତ କରିବା ସହ ଏହି ଘଟଣାରେ ସଂପୃକ୍ତ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏନେଇ କଲ୍ୟାଣସିଂପୁର ଥାନା ଆଇଆଇସି ସୁକୁମା ହାଂସଦା ସୂଚନା ଦେଇଛନ୍ତି ।

Comments are closed.