ଜିଲାସ୍ତରୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ ଫାଇନାଲରେ ଜୟରାମ ଗୁଡା ବିଜୟୀ

କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକସ୍ଥିତ ଦେବଗିରିସାହି ଠାରେ ଦେବଗିରି ଯୁବକ ସଙ୍ଘ ତରଫରୁ ଜିଲା ସ୍ତରୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ ଫାଇନାଲ ମ୍ୟାଚ ରେ ଜୟରାମ ଗୁଡା ବିଜୟୀ ହୋଇଛି । ଏଥିରେ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବାବେଳେ, ବିଜେଡି ବ୍ଲକ ସଭାପତି ସୁନ୍ଦର ରାଓ ବାଗ,ଯୁବ ସଭାପତି ରାଜୀବ ନାୟକ, କିଶୋର ପାଢ଼ୀ ଉପସ୍ଥିତ ରହି ବିଜୟୀ ଦଳକୁ ପୁରସ୍କୃତ କରିଥିଲେ। ଏଥିରେ ମୋଟ ୧୬ଟି ଦଳ ରହିଥିଲା। ପ୍ରତ୍ୟେକ ଦିନ ଦୁଇଟି ଦଳ ଲେଖାଏଁ ଖେଳ ପ୍ରତିଯୋଗିତା କରାଯାଉଥିଲା ।ଆଜି ଫାଇନାଲ ମ୍ୟାଚ ରେ ଖଟଗନ୍ତାକୁ ସେମିଫାଇନାଲରେ ହରାଇ ଅଡାବାଡ଼ି ଫାଇନାଲକୁ ଯାଇଥିବା ବେଳେ ରାୟଗଡା ନୂଆସାହିକୁ ହରାଇ ଜୟରାମଗୁଡା ଫାଇନାଲକୁ ଯାଇଛନ୍ତି।

 

ଅଡାବାଡ଼ି ଓ ଜୟରାମଗୁଡା ମଧ୍ୟରେ ଫାଇନାଲ ମ୍ୟାଚ କରାଯାଇଛି ଏଥିରେ ଅଡାବାଡ଼ିକୁ ହରାଇ ଜୟରାମ ଗୁଡା ବିଜୟୀ ହୋଇଛି। ମୁଖ୍ୟ ଅତିଥି ବିଜୟୀ ଜୟରାମ ଗୁଡା ଦଳକୁ ୩୦ହଜାର ଟଙ୍କା ସହ ଟ୍ରଫି ଓ ପରାଜୟ ଅଡାବାଡ଼ି ଦଳକୁ ୨୦ହଜାର ଟଙ୍କା ପ୍ରଦାନ କରିଛନ୍ତି । ଏଥିରେ ଭଲ ନେଟର୍ ବିଷମକଟକ ଦଳର ସିଧୁଙ୍କୁ ୧୧୦୦ ଟଙ୍କା ସହ ଟ୍ରଫି ଓ ଭଲ ହିଟର୍ ରାଜେଶ ହିକକାକୁ ୧୧୦୦ଟଙ୍କା ଟ୍ରଫି ଦେବାସହ ଖେଳ ପରିଚାଳନା କରୁଥିବା ରେଫରି ରମାକାନ୍ତ ପରିଛା, ବିଶ୍ୱନାଥ କାଡ୍ରାକାଙ୍କୁ ୫୦୦ ଟଙ୍କା ଲେଖାଏଁ ଦେବା ସହ ଟ୍ରଫି ପ୍ରଦାନ କରିଛନ୍ତି। ସ୍ଥାନୀୟ ଦେବଗିରି ଯୁବକ ସଂଘର ସମସ୍ତ ସଦସ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ।

Comments are closed.