ଅସଲି ମାଓବାଦୀ ପରିଚୟରେ ମିଲ ମାଲିକକୁ ମାଗିଲେ ଦାଦା ବଟି, ନକଲି ମାଓବାଦୀ ଅଭିଯୋଗରେ ଗିରଫ କଲା ପୁଲିସ

କଲ୍ୟାଣସିଂହପୁର: ଜଣେ ମିଲ ମାଲିକକୁ ମାଓବାଦୀ ପରିଚୟ ଦେଇ ଦାଦା ବଟିମାଗିଥିବା ନକଲି ମାଓବାଦୀକୁ କଲ୍ୟାଣସିଂହପୁର ପୁଲିସଗିରଫ କରିଛି। ଏହି ଘଟଣାଟି ଘଟିଛି ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକରେ। ପୁଲିସ କହିବା ଅନୁଯାୟୀ କଲ୍ୟାଣସିଂହପୁର ଥାନା ଅନ୍ତର୍ଗତ ମାଝିଗୁଡା ଗ୍ରାମରେ ଥିବା ମିଲ ମାଲିକ ଭୂମି ମାଧବ ରାଓକୁ ଜଣେ ଯୁବକ ଫୋନ କରି ମାଓବାଦୀ ପରିଚୟ ଦେଇ ଦେଢ଼ ଲକ୍ଷ୍ ଟଙ୍କା ବଟି ମାଗିଥିଲା। ଯଦି ବଟି ନଦେବ ତାହାହେଲେ ତୁମ ସହ ତୁମର ମିଲକୁ ବୋମା ପକାଇ ଉଡାଇ ଦିଆଯିବ ବୋଲି କହିବା ସହ ଏହି କଥାକୁ ପୁଲିସ ନିକଟକୁ ନେବ ନାହିଁ ବୋଲି ଧମକ ଦେଇଥିଲା। ଏହାପରେ ମିଲ ମାଲିକ ଭୟବିତ ହୋଇ ଯାଇଥିଲେ ଏବଂ କିଛି ଦିନ ପରେ ନିଜ ସମ୍ପର୍କୀୟକୁ ଘଟଣା ବିଷୟରେ କହିଥିଲେ। ଏହାପରେ ଦୁହେଁ ମିଶି କଲ୍ୟାଣସିଂହପୁର ଥାନା ଅଧିକାରୀ ସୁକୁମା ହଂସଦାକୁ ସବୁ ବିଷୟ ଜଣାଇଥିଲେ। ଏହାକୁ ଗୁରୁତ୍ବର ସହ କଲ୍ୟାଣସିଂହପୁର ପୁଲିସ ଉକ୍ତ ଯୁବକର ଫୋନକୁ ଟ୍ରାକକରି ଥିଲେ। ଫୋନ ଟ୍ରାକରେ ଯାଇ ସାନ୍ତା ଶେଷଖାଲଥାନା ଅନ୍ତର୍ଗତ ମାହାଦେବ କାକେଲି ଗ୍ରାମର ଯୁବକ ଭରତ ବାଛେଲିଙ୍କୁ ଥାନାକୁ ଆଣି ପଚରାଉଚୁରା କରିଥିଲେ। ପଚରାଉଚୁରା ସମୟରେ ଭରତ ବାଛେଲି ନକଲି ମାଓବାଦୀ ବୋଲି ଜଣାପଡ଼ିଥିଲା। ଆଜି କେସ ନଂ-୧ ଦଫା-୩୮୬,୫୦୭,୩୪ ଆଇପିସି ମାମଲା ରୁଜୁ ପରେ ଭରତ ବାଛେଲିକୁ ଗିରଫ ସହ କୋର୍ଟ ଚାଲାଣ କରାଯାଇଛି।

ରାୟଗଡା କଳାହାଣ୍ଡି ଜିଲା ସୀମାନ୍ତ କଲ୍ୟାଣସିଂ ହପୁର ସ୍ଥିତ ନିୟମଗିରି ଅଞ୍ଚଳ ରେ ମାଓବାଦୀ ଙ୍କ ସକ୍ରିୟ ଥିବା ନେଇ ଗୁଇନ୍ଦା ବିଭାଗ ପୁଲିସ ବିଭାଗ ଗୋଟିଏ ପଟେ ତପ୍ତର ଥିବା ବେଳେ ଅନ୍ୟ ପଟେ ନକ୍ସଲ ନାମରେ ଚାନ୍ଦା ଆଦାୟ କରିବା ଘଟଣା ନେଇ ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି ହୋଇଛି। ଉକ୍ତ ଅଞ୍ଚଳ ମାଓ ପ୍ରବଣ ହୋଇଥିବା ଯୋଗୁଁ ଏଭଳି ଘଟଣା ପୁଲିସ ପାଇଁ ଆହ୍ବାନ ସୃଷ୍ଟି କରିଥିବାବେଳେ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି।

Comments are closed.