ଗଛପଡି ରାଜରାସ୍ତା ଅବରୋଧ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ କରପା ପଞ୍ଚାୟତର ଶ୍ରୀରାମ ନଗର ଠାରେ ଗଛ ପଡି ରାଜ୍ୟ ରାଜପଥ ଅବରୋଧ ହୋଇଥିବା ଦେଖିବାକୁ ମିଳିଛି ।ଲଘୁଚାପ ଜନିତ ଲଗାଣ ବର୍ଷା ଲାଗିରହିଥିବାରୁ ରାୟଗଡା ଠାରୁ କଲ୍ୟାଣସିଂହପୁର ବ୍ଲକକୁ ଆସିଥିବା ରାଜ୍ୟ ରାଜପଥ ରାସ୍ତାର ଉଭୟ ପାର୍ଶ୍ୱରେ ଲଗାଯାଇଥିବା ଗଛ ଶ୍ରୀରାମନଗର ନିକଟରେ ପଡି ରାସ୍ତା ଅବରୋଧ ହୋଇଥିଲା । ଉକ୍ତ ଖବର ପାଇ ସ୍ଥାନୀୟ ଅଗ୍ନିସମ ବିଭାଗର ଭାରପ୍ରାପ୍ତ ଅଧିକାରୀ ବଳରାମ ବେହେରାଙ୍କ ନେତୃତ୍ୱରେ ଏକ ଦଳ ବାହାରି କଟର ସାହାଯ୍ୟରେ ଗଛ କାଟିଥିଲେ । ରାସ୍ତାଟି ସକାଳୁ ପ୍ରାୟ ୫ଘଣ୍ଟା ଧରି ରାସ୍ତା ଅବରୋଧ ହୋଇ ରହିଥିଲା । ଅଗ୍ନିଶମ ବିଭାଗ ଗଛ କାଟି ରାସ୍ତା ସଫା କରିବା ପରେ ଯାନବାହାନ ଚଳାଚଳ ସ୍ବାଭାବିକ ହୋଇଥିଲା ।

Comments are closed.