ପ୍ରାଥମିକ ସେବାଶ୍ରମ ବିନିଶପୁର ଠାରେ ୭୩ତମ ବନ ମହୋତ୍ସବ ପାଳିତ

କଲ୍ୟାଣସିଂହପୁର: ରାୟଗଡ଼ା ବନଖଣ୍ଡର କଲ୍ୟାଣସିଂହପୁର ସେକ୍ସନ ପକ୍ଷରୁ ୭୩ ତମ ବନ ମହୋତ୍ସବ ୨୦୨୨  ଜୁଲାଇ ୧ରୁ ୭ ତାରିଖ ପର୍ଯ୍ୟନ୍ତ ସପ୍ତାହବ୍ୟାପୀ ପାଳନ ହେଉଛି । ଏହି ଅବସରରେ ଆଜି କଲ୍ୟାଣସିଂହପୁର ବ୍ଲକର  ପୂଜାରୀଗୁଡା ପଞ୍ଚାୟତର ବିନିଶପୁର ପ୍ରାଥମିକ ସେବାଶ୍ରମ ଠାରେ ବୃକ୍ଷରୋପଣ  ମହୋତ୍ସବ ପାଳନ କରାଯାଇଛି ।  ଗଛଟିଏ ଲଗାନ୍ତୁ ପରିବେଶ ବଞ୍ଚାନ୍ତୁ ଉଦ୍ଧେଶ୍ୟ ରଖି ଏହାକୁ ପାଳନ କରାଯାଇଥିଲା ।
ଆଜିର ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରେଞ୍ଜର ଚନ୍ଦନ ଗମାଙ୍ଗ, ବନପାଳ ଦୀନବନ୍ଧୁ ଶବର ଓ ସହଦେବ ରାଉତ, ବନରଖି ଅକ୍ଷୟ କୁମାର ମିଶ୍ର, ସୁବାସ ଶବର, ଜି.ଏନ୍ ବିରଦଳେଇ, ବଳରାମ କାଡ୍ରାକା , ସ୍ଥାନୀୟ ସରପଞ୍ଚ ଅମିତା କାଡ୍ରା କା, ସି.ଆର.ସି.ସି ଦିନବନ୍ଧୁ ହୁଇକା, ଏସ.ଏମ.ସି ଚେୟାର ମ୍ୟାନ୍ ସନେଶ୍ୱର୍ ତାଡ଼ିଙ୍ଗି, ୱାର୍ଡ ସଭ୍ୟ ଏବଂ ଗ୍ରାମର ବୁଦ୍ଧିଜୀବୀ ଯୋଗ ଦେଇଥିଲେ । ବିଦ୍ୟାଳୟ ପରିସର ମଧ୍ୟରେ ନିମ୍ବ, ଅମୃତଭଣ୍ଡା, କାଞ୍ଚନ, ପିଜୁଳି, ସଜନା ଆଦି ଚାରା ରୋପଣ ହୋଇଥିଲା । ଏଥିରେ ସେବାଶ୍ରମର ସମସ୍ତ ଛାତ୍ର ଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, କର୍ମଚାରୀ ମାନେ ସହଯୋଗ କରିଥିଲେ।

Comments are closed.