କଲ୍ୟାଣସିଂହପୁର ଗସ୍ତରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଉପଦେଷ୍ଟା

କଲ୍ୟାଣସିଂହପୁର: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଗସ୍ତ କରିଛନ୍ତି ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନାର ଉପଦେଷ୍ଟା ସୁଧୀର କୁମାର ଦାସ । ଗତକାଲି ସେ ପୂଜାରୀଗୁଡା ପଞ୍ଚାୟତରେ ପହଞ୍ଚିଥିଲେ । ସେଠାରେ ଚେକଡ୍ୟାମରେ କେନାଲ ନିର୍ମାଣ ପାଇଁ  ଭୂମି ଚିହ୍ନଟ କରିଥିଲେ । ବଡନାଇଗୁଡା ଠାରେ ନୂତନ ଭାବେ ଚେକଡ୍ୟାମ କରିବା ପାଇଁ ସ୍ଥିର କରାଯାଇଛି ।ବିନିଷପୁର ଠାରେ ମଧ୍ୟ କେନାଲ ନିର୍ମାଣ କରିବା ପାଇଁ ସ୍ଥିର କରାଯାଇଛି ।ଶେଷରେ ବରିଭଟ୍ଟା ନିକଟରେ ଥିବା କଲ୍ୟାଣୀ ପ୍ରଜେକ୍ଟ ଦେଖି ଫେରିଥିବା ଜଣାପଡିଛି । ଉପଦେଷ୍ଟା ଙ୍କ ସହିତ  କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ନିର୍ବାହୀ ଯନ୍ତ୍ରୀ ସାନ୍ତୁନୁ କୁମାର ବିଶ୍ବାଳ, ସହକାରୀ ଯନ୍ତ୍ରୀ (ଏସଡିଓ) ମନୋରଞ୍ଜନ ହଂସୁଦା, କନିଷ୍ଠ ଯନ୍ତ୍ରୀ ପ୍ରକାଶ ଚନ୍ଦ୍ର ଦର୍ଜି  ସମେତ ବ୍ଲକର ସୁନ୍ଦରାଓ ବାଗ, ରାଜ୍ୟ ସଭା ସାଂସଦ ପ୍ରତିନିଧି ଗେଦାଲି ଶ୍ରୀନୁ, ଏମ୍ ଧର୍ମେନ୍ଦ୍ର, ଶଙ୍କର ହୁଈକା ସହ ଗ୍ରାମବାସୀ ଉପସ୍ଥିତ ରହିଥିଲେ ।

 

Comments are closed.