୮କି.ମି ଭାରରେ ବୁହାହେଲେ ରୋଗୀ : ବିଳମ୍ବରେ ପହଞ୍ଚିଲା ୧୦୮

କଲ୍ୟାଣସିଂହପୁର : ଗର୍ଭବତୀ ମହିଳା ପାଇଁ ସରକାରଙ୍କ ବିଭିନ୍ନ ଯୋଜନା ଥିଲେ ମଧ୍ୟ ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ନିୟମଗିରି ପାହାଡ ଅନ୍ତର୍ଗତ କାଡ୍ରାକା ବଣ୍ଡେଲି ଗାଁର ଜଣେ ଗର୍ଭବତୀ ମହିଳା ଏଥିରୁ ବଞ୍ଚିତ ହୋଇଥିବା ଦେଖିବାକୁ ମିଳିଛି। ଗର୍ଭବତୀ ଜଣଙ୍କ ଦେଉଛନ୍ତି କାଡ୍ରାକା ଲକେ। ସେ ଦିର୍ଘ ୭ଦିନ ହେବ ଝାଡା, ପରିସ୍ରା ହେଉ ନ ଥିବା ଯୋଗୁଁ ଗୁରୁତ୍ବର ହୋଇ ପଡିଥିଲେ। ପରେ ପରିବାର ଲୋକେ ସୋମବାର ସକାଳେ ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ ମଧ୍ୟ ଗାଡି ନ ଥିବାରୁ ଆସିପାରି ନ ଥିଲା ।
ବାଧ୍ୟ ହୋଇ ଝିଅର ଜୀବନ ବଞ୍ଚାଇବା ପାଇଁ ଭାରରେ ବୋହି ଦିର୍ଘ ୮କି.ମି ଗିରିଆ ଗୁଡା ଗାଁ ନିକଟକୁ ଆସିଥିଲେ। ଏଠାରେ ପୁଣି ଏକ ଆମ୍ବଗଛ ଛାଇରେ ବସି ଆମ୍ବୁଲାନ୍ସକୁ ଅପେକ୍ଷା କରି ରହିଥିଲେ । ଅପେକ୍ଷାର ଅଧଘଣ୍ଟା ପରେ ଆମ୍ବୁଲାନ୍ସ ଆସି ରୋଗିକୁ ଉଧାରକରି କଲ୍ୟାଣସିଂହପୁର ଗୋଷ୍ଠିସ୍ବାସ୍ଥ୍ୟ କେନ୍ଦ୍ରେରେ ଭର୍ତ୍ତି କରାଯାଇଛି ।