ଗଛରେ ଓହଳିଛି ୧୧କେଭି ବିଦ୍ୟୁତ ତାର 

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂ ହପୁର ବ୍ଲକ ସୁନାଖଣ୍ଡି ପଞ୍ଚାୟତର ଜଗନ୍ନାଥପୁର କଲୋନୀ ସାହିର ମୁନିଗା ଗଛରେ ବିଦ୍ୟୁତ ତାର ଗୁଡ଼ା ଯାଇଥିବା ଦେଖିବାକୁ ମିଳିଛି ।ଜଗନ୍ନାଥପୁର କଲୋନୀ ସାହିରେ ବହୁଦିନ ଧରି ବିଦ୍ୟୁତ ଖୁଣ୍ଟ ନଷ୍ଟ ହୋଇଯାଇଥିଲା ତାହା ବର୍ଷା ପବନ ହେବା ଯୋଗୁଁ  ଅଚାନକ  ଖୁଣ୍ଟଟି ଉପୁଡି ପଡିଯାଇଥିଲା । ଏହାକୁ ବିଦ୍ୟୁତ ବିଭାଗ ଜାଣି ୧୧କେଭି ବିଦ୍ୟୁତ ତାର ଉକ୍ତ ଖୁଣ୍ଟରୁ ବାହାର କରି ନିକଟରେ ଥିବା ମୁନିଗା ଗଛରେ ଗୁଡାଇ ଦେଇ ଛାଡି ଦେଇଛନ୍ତି ।ଏହାକୁ ନେଇ ଗ୍ରାମବାସୀ ବିଦ୍ୟୁତ ବିଭାଗ କର୍ମଚାରୀ ଙ୍କୁ  ବାରମ୍ବାର ଜଣାଇବା ପରେ ଏକ ବିଦ୍ୟୁତ ଖୁଣ୍ଟ ଆଣି ପକାଇଛନ୍ତି ।

କିନ୍ତୁ ଆଜି ପର୍ଯ୍ୟନ୍ତ ନୂତନ ବିଦ୍ୟୁତ ଖୁଣ୍ଟ ନପୋତି ଛାଡି ଦେଇଛନ୍ତି ବୋଲି ଅଭିଯୋଗ ହୋଇଛି। ଗଛରେ ତାର ଗୁଡାଇ ହୋଇ ରହିବା ଦ୍ୱାରା କୌଣସି ବ୍ୟକ୍ତି ସଂସ୍ପର୍ଶରେ ଆସିବାମାତ୍ରେ ଅଘଟଣ ନିଶ୍ଚୟ ଘଟିବ। ବିଦ୍ୟୁତ ବିଭାଗ ତୁରନ୍ତ ଏ ଦିଗରେଦୃଷ୍ଟି ଦେଇ ନୂତନ ବିଦ୍ୟୁତ ଖୁଣ୍ଟ ପୋତି ମୁନିଗା ଗଛରୁ ବିଦ୍ୟୁତ ତାର ବାହାର କରି ସଂଯୋଗ କରିବାକୁ ସାଧାରଣରେ ଦାବି କରିଛନ୍ତି । ଏବିଷୟରେ ବିଦ୍ୟୁତ ବିଭାଗର କନିଷ୍ଠ ଯନ୍ତ୍ରୀଙ୍କୁ ଫୋନ ଯୋଗେ ଯୋଗାଯୋଗ କରିବାକୁ ଚେଷ୍ଟା କଲେ ମଧ୍ୟ ଯୋଗାଯୋଗ ହୋଇପାରି ନାହିଁ।

Comments are closed.