ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଶେଷ ଦିନରେ ୧୯୧ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଶେଷ ଦିନରେ ୧୯୧ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଆଜି ଉକ୍ତ ବ୍ଲକରେ ୧୩୮ ୱାର୍ଡ ସଦସ୍ୟ, ୨୭ ସରପଞ୍ଚ, ୨୬ ସମିତି ସଭ୍ୟ ପଦପାଇଁ ନାମାଙ୍କନ ପତ୍ର ଦାଖଲ ହୋଇଥିବା ନିର୍ବାଚନ ଅଧିକାରୀ ସୁଧାକର ରଇତ ଓ ଗ୍ରାମପଞ୍ଚାୟତ ଅଧିକାରୀ ମାନସ ରଞ୍ଜନ ପ୍ରଧାନ ସୂଚନା ଦେଇଛନ୍ତି। ୧୯ତାରିଖରେ୬୩ ୱାର୍ଡ ସଦସ୍ୟ, ୧୮ ସରପଞ୍ଚ, ୮ ସମିତି ନାମାଙ୍କନ ପତ୍ର ଦାଖଲ କରିବା ବେଳେ ୧୮ ତାରିଖରେ ୬ ୱାର୍ଡ ସଦସ୍ୟ, ୮ ସରପଞ୍ଚ, ୩ ସମିତି ସଭ୍ୟ ପାଇଁ ଓ ୨୦ ତାରିଖରେ ୬୮ୱାର୍ଡ ସଦସ୍ୟ, ୧୬ସରପଞ୍ଚ, ୮ ସମିତି ସଭ୍ୟ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିଲେ। ସମୁଦାୟ ୨୭୮ ୱାର୍ଡ ସଦସ୍ୟ, ୬୯ ସରପଞ୍ଚ, ୪୪ ସମିତି ସଭ୍ୟ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।

Comments are closed.