ଷ୍ଟାଟ ହେଲାନାହିଁ ଆମ୍ବୁଲାନ୍ସ ; ଠେଲାପେଲା କଲେ ଲୋକେ

କଲ୍ୟାଣସିଂହପୁର :  ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦର ମହକୁମାରେ ୧୦୨ ଆମ୍ବୁଲାନ୍ସ କୁ ଠେଲାପେଲା କରୁଥିବା ଦେଖିବାକୁ ମିଳିଛି । ଆଜି ସକାଳୁ ଭୁବନେଶ୍ୱର ଠାରୁ ଏକ ଜରୁରୀ ରୋଗୀ ଆଣିବା ପାଇଁ ୧୦୨ ଆମ୍ବୁଲାନ୍ସ କୁ ଫୋନ ଆସିଥିଲା । ଉକ୍ତ ଆମ୍ବୁଲାନ୍ସ ଡ୍ରାଇବାର ଗାଡି ଷ୍ଟାଟ କରିଥିଲେ କିନ୍ତୁ ଗାଡି ଷ୍ଟାଟ ହୋଇନଥିଲା । ନିକଟରେ ଥିବା କିଛି ଯୁବକଙ୍କ ସାହାଯ୍ୟରେ ଗାଡିକୁ ଠେଲାପେଲା କରି ଷ୍ଟାଟ କରିଥିଲେ । ଉକ୍ତ ୧୦୨ଆମ୍ବୁଲାନ୍ସ ଶିଶୁ , ଗର୍ଭବତୀ ଓ ପ୍ରସ୍ତୁତି ମହିଳାଙ୍କୁ  ନେଵାଆଣିବା କରୁଛି । ରୋଗୀ ଆଣିବା ସମୟରେ ଗାଡିଟି ଦୁର୍ଗମ ଘାଟି ଜଙ୍ଗଲ ବାଟରେ ଅଟକିବା ଭଳି ପରିସ୍ଥିତିର ସାମ୍ନା ନକରିବାକୁ ଉକ୍ତ ଗାଡିକୁ ତୁରନ୍ତ ସଜାଡ଼ିବା ପାଇଁ ସାଧାରଣରେ ଦାବି ହୋଇଛି ।

Comments are closed.