ତୁଣ୍ଡି ପିନ୍ଧିବା ପାଇଁ ପ୍ରଶାସନ ପକ୍ଷରୁ ସଚେତନତା

କଲ୍ୟାଣସିଂହପୁର : ପୁଣି ରାଜ୍ୟରେ ଧିରେ ଧିରେ କରୋନା ସଂକ୍ରମଣ ବୃଦ୍ଧି ପାଉଛି। ଏହାକୁ ନଜରରେ ରଖି ସଭିଁଙ୍କୁ ସତର୍କତା ଅବଲମ୍ବନ ସହ ସଚେତନ ରହିବା ପାଇଁ କୁହାଯାଉଛି। ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକରେ ପ୍ରଶାସନ ପକ୍ଷରୁ ତୁଣ୍ଡି ପିନ୍ଧିବା ପାଇଁ ସଚେତନତା କରାଯାଇଛି । ଅତିରିକ୍ତ ତହସିଲଦାର ଗଣେଶ ଦଳେଇ ଓ ପୁଲିସ ଏସ ଆଇ ସଞ୍ଜୟ କୁମାର ମୁର୍ମୁ ଗାଁରେ ଥିବା ଛୋଟ ବଡ ଦୋକାନକୁ ଯାଇ ପ୍ରତ୍ୟେକ ଦୋକାନୀକୁ ତୁଣ୍ଡି ପିନ୍ଧି ବାକୁ କହିବା ସହ ଗ୍ରାହକଙ୍କୁ ତୁଣ୍ଡି ପିନ୍ଧିବାକୁ କହି ଜିନିଷ ଦେବ ଓ ସାମାଜିକ ଦୂରତା ରକ୍ଷା କରିବା ପାଇଁ ସଚେତନ କରିଛନ୍ତି ।  କଟକଣା ନ ମାନିଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।

Comments are closed.