୧୩୭ତମ ଜାତୀୟ କଂଗ୍ରେସ ପ୍ରତିଷ୍ଠା ଦିବସ ପାଳିତ

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ନାରାୟଣପୁର ପଞ୍ଚାୟତରେ ଥିବା କଲ୍ୟାଣି ମଣ୍ଡପ ଠାରେ ବ୍ଲକ କଂଗ୍ରେସ ପକ୍ଷରୁ ୧୩୭ତମ ଜାତୀୟ କଂଗ୍ରେସ ର ପ୍ରତିଷ୍ଠା ଦିବସ ପାଳନ କରାଯାଇଛି । ଏଥିରେ ବ୍ଲକ କଂଗ୍ରେସ ଦଳର ସଭାପତି କୋଟା ସୁରିୟା ରାଓ ଙ୍କ ନେତୃତ୍ବରେ ଅନୁଷ୍ଠିତ ଦିବସରେ ମୁଖ୍ୟ ଅତିଥି ଭାବେ ସାଂସଦ ପ୍ରତିନିଧି କୁମାର ସ୍ୱାମୀ କୌଶଲ୍ୟା ଉପସ୍ଥିତ ରହିଥିଲେ । ଆଗାମୀ ପଞ୍ଚାୟତ ନିର୍ବାଚନକୁ ଆଖିଆଗରେ ରଖି ଦଳକିପରି ସୁଦୃଢ ହେବ,ଭୋଟର , ଦଳ ସଂଗଠନ ପରି ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ । ଏଥିରେ ଏସସି ସେଲ ଜିଲା ଉପ ସଭାପତି ଚିତ୍ତରଞ୍ଜନ ଗାଣ୍ଟା,ନଗର କଂଗ୍ରେସ ସଭାପତି ସିହେଚ ନାଗେଶ୍ୱର ରାଓ, ଏସି ସେଲ ର ଉପଦେଷ୍ଟା ପ୍ରହଲ୍ଲାଦ କନ୍ଧପାଣି, ଏସି ସେଲ ର ସଭାପତି ସାଧୁରାମ ପଲକିଆ, ଯୁବ କଂଗ୍ରେସ ସମ୍ପାଦକ କିରଣ ରତ୍ନାଲୁ ସମେତ ବହୁ ସଂଖ୍ୟକ ଦଳୀୟ କର୍ମୀ ଓ ନେତା ଉପସ୍ଥିତ ରହିଥିଲେ ।

Comments are closed.