ପାର୍ଶାଲି ପଞ୍ଚାୟତସ୍ତରୀୟ କର୍ମଶାଳା

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ନିୟମଗିରି ପାହାଡ ପାଦତଳେ ଥିବାପାର୍ଶାଲି ପଞ୍ଚାୟତରେ ଓପିଲିପି ତରଫରୁ ପଞ୍ଚାୟତ ସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ସଂଖ୍ୟା ଲଘୁ ଓ ପଛୁଆ ବର୍ଗ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ଯୋଗ ଦେଇଥିବା ବେଳେ ଅନ୍ୟ ଅତିଥି ଭାବେ ବିଡ଼ିଓ ସୁଧାକର ରଇତ, ଜିଲା ମଙ୍ଗଳ ଅଧିକାରୀ ତଥା ଭାରପ୍ରାପ୍ତ ସ୍ୱତନ୍ତ୍ର ଅଧିକାରୀ ଅଶୋକ କୁମାର ଶତପଥୀ, ପାର୍ଶାଲି ସରପଞ୍ଚ ବାମ କାଡ୍ରାକା, ଏନ ଜିଓ ଫାର ସଂଯୋଜକ ପ୍ରମିଳା ସ୍ୱାଇଁ ମଞ୍ଚାସିନ ରହିଥିଲେ। ନିୟମଗିରି ପାହାଡରେ ବସବାସ କରୁଥିବା ଡଙ୍ଗରିଆ କନ୍ଧମାନେ ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ କରି ସ୍ଥାନୀୟ ବଜାରରେ ନେଇ ବିକ୍ରି କରିବା ପାଇଁ ଏକ ମିନି ଭ୍ୟାନ ପ୍ରଦାନ କରାଯାଇଛି। ୧୫ ଜଣ ଲୋକଙ୍କୁ ଓପିଲିପି ତରଫରୁ ୨୨୫୦୦ ଟଙ୍କା ଦେବା ବଦଳରେ ସେହିମାନଙ୍କୁ ଦୋକାନ କରିବାକୁ ୧୮୦୦୦ ଟଙ୍କା ଚେକ ଦେବା ସହ ଗୋଟିଏ ଲେଖାଏଁ ସାଇକଲ ପ୍ରଦାନ କରାଯାଇଛି।

ପାର୍ଶାଲିରେ ଥିବା ୩୦ଟି ଗ୍ରୁପକୁ ନେଇ ବନଧନ ବିକାଶ କେନ୍ଦ୍ର ଗଠନ କରାଯାଇଛି। ସେହି ଗ୍ରୁପକୁ ଖଲି ସିଲାଇବା ପ୍ରେସ ମେସିନ ଯୋଗାଇ ଦେବା ସହ ୪ଟି ପୋଷାକ ସିଲେଇ ମେସିନ ମଧ୍ୟ ପ୍ରଦାନ କରାଯାଇଛି। ନିୟମଗିରିର ପ୍ରତ୍ୟେକ ଗାଁରେ ଥିବା ଗ୍ରାମ୍ୟ ଉନ୍ନୟନ କମିଟିର ସଭ୍ୟ ଭଲ କାମ କରୁଥିବା ଯୋଗୁଁ ଚାଟିକଣା, ଫାକେରି ଓ କାଡ୍ରାକାବଣ୍ଡଲୀ ଗାଁ ୩ ଜଣଙ୍କୁ ମୁଖ୍ୟଅତିଥିଙ୍କ ଦ୍ଵାରା ଟ୍ରଫି ପ୍ରଦାନ କରାଯାଇଛି। ଏଥିରେ ନିୟମ ଗିରି ପାହାଡର ଡଙ୍ଗରିଆ କନ୍ଧ ମହିଳା ପୁରୁଷ ବହୁ ସଂଖ୍ୟାରେ ଉପସ୍ଥିତ ରହିଥିଲେ। ଏହାକୁ ଓପିଲିପିର ପ୍ରକଳ୍ପ ପରିଚାଳକ ସଞ୍ଜୟ କୁମାର ସ୍ୱାଇଁ ପରିଚାଳନ କରିଥିବା ବେଳେ ଡଙ୍ଗରିଆ କନ୍ଦ ଉନ୍ନୟନ ସଂସ୍ଥାର କର୍ମଚାରୀ, ବିଜେଡି ଦଳୀୟ କର୍ମୀ ଓ ନେତା ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.