ଭାରତର କମ୍ୟୁନିଷ୍ଟ ପାର୍ଟିର ସଂକଳ୍ପ ଦିବସ

କଲ୍ୟାଣସିଂହପୁର: ରାୟଗଡା ଜିଲା ବିଷମକଟକ ବ୍ଲକ ଅନ୍ତର୍ଗତ ଚାଞ୍ଚଡାଗୁଡ଼ା ପଞ୍ଚାୟତର ଆମ୍ବତୋଟା ଠାରେ ଭାରତର କମ୍ୟୁନିଷ୍ଟ ପାର୍ଟି ସିପିଆଇ (ଏମଏଲ) ଲିବରେସନ ଓ ଆଦିବାସୀ ସଂଘର୍ଷ ମୋର୍ଚ୍ଚା ଓ ଡଙ୍ଗରିଆ କନ୍ଧ ମାନଙ୍କ ତରଫରୁ ଗରିବ, ମେହନତି ନିଷ୍ପେସିତ ମଣିଷର ଲୋକଙ୍କ ପାଇଁ ଲଢେ କରୁଥିବା କମ୍ରେଡ଼ ବିନୋଦ ମିଶ୍ରଙ୍କ ୨୩ ତମ ଶ୍ରଦ୍ଧାଞ୍ଜଳି ଦିବସ ପାଳନ କରାଯାଇଛି। ରାଜ୍ୟ କମିଟି ସଦସ୍ୟ ରାମ ଚନ୍ଦ୍ର ପ୍ରାସ୍କାଙ୍କ ନେତୃତ୍ୱରେ ସମସ୍ତ ସଦସ୍ୟ ଉପସ୍ଥିତ ରହିଥିଲେ। ଏଥିରେ କମ୍ରେଡ଼ ବିନୋଦ ମିଶ୍ରଙ୍କ ୨୩ ତମ ସୃତି ଦିବସ ପାଳନ କରୁଥିବା ବେଳେ ତାଙ୍କର ଧାରାତ୍ମକ ରୂପେ ସାହାସି ସାଂଗଠନିକ ରୂପେ ଶକ୍ତିଶାଳୀ ସୃଜନଶୀଳ ଆରମ୍ବ ଓ ଜନସାଧାରଣ ଆନ୍ଦୋଳନକୁ ଆଗକୁ ବଢ଼ାଇବା ପାଇଁ ସିପିଆଇ (ଏମଏଲ) ଲିବରେସନ ରାଜ୍ୟ କମିଟି ସଦସ୍ୟ ଶ୍ରୀ ପ୍ରାସ୍କା ସଂଘର୍ଷ କରିବା ପାଇଁ ଆହ୍ବ।ନ ଦେଇଛନ୍ତି।

ଏଥିରେ ଜିଲା କମିଟି ସଦସ୍ୟ ଲୋକନାଥ ନାଉରି, ବୃନ୍ଦାବନ ଗୁନା, ମୂର୍ତ୍ତି ମିଣୀଆକା, ଆଛାନା ମାଣ୍ଡାଙ୍ଗି, ଛବିଲାଲ ହିଆଲ, ମେଦିରି ଗରଡ଼ିଆ, ରାମାରାଓ କୁତ୍ରୁକା, ଚୈତନ୍ୟ ଗରଡ଼ିଆ, ମାଙ୍ଗା ନିମାଲପୁରୀ, ରାମମୁର୍ତି ବାପାଡାମ, ଚନ୍ଦ୍ରହଂ।ସ ରେଙ୍ଗିଡି ପ୍ରମୁଖ ଉପସ୍ଥିତ ରହିଥିଲେ।

Comments are closed.