ମାଣବସା ପୂଜା ପାଳିତ

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦର ମହକୁମା ରେ ଥିବା ହନୁମାନ ଛକ ଠାରେ ମା’ଲକ୍ଷ୍ମୀଙ୍କ ମାଣବସା ପୂଜା କରାଯାଉଛି ।ଏହି ପୂଜା ଆଡମ୍ବରରେ ତିନି ଦିନ ଧରି ରୀତିନୀତି ଅନୁଯାୟୀ ପୂଜା ପାଠ କରାଯାଏ । ଏ ଅବସରରେ ବୁଧବାର ଦିନ ବିଳମ୍ବିତ ରାତ୍ରରେ ୧୧ ଟି କଳସରେ ତ୍ରିବେଣୀ ଘାଟ ରୁ ଗଙ୍ଗା ଙ୍କୁ ଆବାହନ କରି କଳସରେ ସୁବାସିତ ଜଳ ନେଇ ଅସ୍ଥାୟୀ ପୂଜା ମଣ୍ଡପରେ ସ୍ଥାପନ କରିଥିଲେ । ଆଜି ସକାଳଠାରୁ ରୀତି ନୀତି ଅନୁଯାୟୀ ପୂଜା ପାଠ କରାଯାଇଛି। ସନ୍ଧ୍ୟା ରେ ପୂଜା କମିଟି ତରଫରୁ ୨୦୨୧ଟି ଦୀପ ଯଜ୍ଞ କରାଯିବ ବୋଲି ଜଣାପଡିଛି ।ଶନିବାର ଦିନ ଅପରାହ୍ନ ରେ ମା’  ଧନଲକ୍ଷ୍ମୀଙ୍କ ଭଶାଣି ଉତ୍ସବ କରାଯିବ ବୋଲି ପୂଜା କମିଟି ତରଫରୁ କହିଛନ୍ତି । ଏଥିରେ ହନୁମାନ ଛକର ସମସ୍ତ ସଦସ୍ୟ ଉପସ୍ଥିତ ରହିଥିଲେ ।

Comments are closed.