ମୋ ସ୍କୁଲ ଅଭିଯାନ ବୈଠକ

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂ ହପୁର ବ୍ଲକ ସଦରରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟ ର ଅତିତିକ୍ତ ଶ୍ରେଣୀଗୃହ ଠାରେ ମୋ ସ୍କୁଲ ଅଭିଯାନ ବୈଠକ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଆଚାରୀ ଶବରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବେ ମୋ ସ୍କୁଲ ଅଭିଯାନର ସଭାପତି ଗୁଡୁଲ୍ଲା ନାଗେଶ ,ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ବିଜୟ କୁମାର ସେଠୀ,ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଦିବ୍ୟରଞ୍ଜନ ପାଢ଼ୀ ମଞ୍ଚାସିନ ରହିଥିଲେ । ମୋ ସ୍କୁଲ ଅଭିଯାନ ମାଧ୍ୟମରେ କିପରି ବିଦ୍ୟାଳୟର ଉନ୍ନତି  ହୋଇପାରିବ ସେବିଷୟରେ ଆଲୋଚନା ହୋଇଥିଲା ।ଏହି ବିଦ୍ୟାଳୟରେ ବହୁତ ଛାତ୍ର ଛାତ୍ରୀ ମାନେ ଭଲ ପାଠ ପଢି ଉତ୍ତମ ମଣିଷ ଭବେ ନିଜକୁ ଗଢି ତୋଳିଛନ୍ତି । ସେମାନଙ୍କ ବିଦ୍ୟାଳୟ ପ୍ରତି କିପରି ପରୋକ୍ଷ ବା ପ୍ରତ୍ୟେକ୍ଷ ଭାବରେ କିପରି ଅବଦାନ ରହିଛି ସେ ଉପରେ ଆଲୋଚନା କରାଯାଇଛି । ବିଦ୍ୟାଳୟର ଅଧିକ ଉନ୍ନତି ହୋଇପାରିବ ଆଲୋଚନା କରିଥିଲେ । ଏହି କାର୍ୟ୍ୟକ୍ରମ ରେ ବିଦ୍ୟାଳୟର ବହୁ ପୁରାତନ ଛାତ୍ର ଓ ଗ୍ରାମର ଭଦ୍ର ବ୍ୟକ୍ତିମାନେ ଉପସ୍ଥିତ ରହିଥିଲେ । ଏହିକାର୍ୟ୍ୟ କ୍ରମକୁ ସରକାରୀ ଉଚ୍ଚ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି ସମ୍ପୂର୍ଣ୍ଣ ସହଯୋଗ କରି ଥିବା ବେଳେ ମଞ୍ଚ ପରିଚାଳନା ସଭା ସାଙ୍ଗ ରାମ ଚନ୍ଦ୍ର ପ୍ରଧାନ କରିଥିଲେ ।

Comments are closed.