କଲ୍ୟାଣସିଂହପୁରରେ କୁରାଳ ପଞ୍ଚମୀ ପାଳିତ

କଲ୍ୟାଣସିଂହପୁର : ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗାଁରେ ଥିବା କୁମ୍ଭକାର ସମ୍ପ୍ରଦାୟର ଲୋକମାନେ ତିନି ଦିନ ଧରି କୁରାଳ ପଞ୍ଚମୀ ବା ଚକ୍ରଧାରୀ ପୂଜା ପାଳନ କରୁଛନ୍ତି ।ଏ ଅବସରରେ କୁମ୍ଭାର ସମ୍ପ୍ରଦାୟର ଲୋକମାନେ ଏକତ୍ରିତ ହୋଇ ତାଙ୍କ ମଧ୍ୟରେ କିଛି କିଛି ଟଙ୍କା ଆଦାୟ କରି କୁରାଳ ପଞ୍ଚମୀ ବା ଚକ୍ର ପୂଜା ଓ ଲକ୍ଷ୍ମୀନାରାୟଣ ମୂର୍ତ୍ତି ସ୍ଥାପନ କରି କରୋନା କୁ ଆଖି ଆଗରେ ରଖି ରୀତିନୀତି ଅନୁସାରେ ପୂଜା ପାଠ କରିଛନ୍ତି ।

ଲକ୍ଷ୍ମୀନାରାୟଣ ମୂର୍ତ୍ତି ପାଖରେ କୁମ୍ଭକାରଙ୍କ ମାଟିରେ ତିଆରି କରୁଥିବା ଚକ୍ରକୁ ମଧ୍ୟ ସ୍ଥାପନ କରି କଳସ ସ୍ଥାପନ, ନବଗ୍ରହ ମଣ୍ଡଳ, ଲକ୍ଷ୍ମୀନାରାୟଣ ପୂଜା, ଚକ୍ର ପୂଜା, ହୋମ, ପୂର୍ଣ୍ଣାହୁତି, ବିସର୍ଜନ ପୂଜା କରାଯାଇଛି ।ଏହିଅବସରରେ ତିନିଦିନ ଧରି ଭକ୍ତଙ୍କୁ ଅର୍ଣ୍ଣ ପ୍ରସାଦ ବ୍ୟବସ୍ଥା କରାଯାଇଛି ।ଏହାକୁ ନିଳାମ୍ବର କାଶୀ, ଡମ୍ବୁରୁ କାଶୀ ସମେତ ଗାଁର ସମସ୍ତେ ଉପସ୍ଥିତ ରହି ସମ୍ପୂର୍ଣ ସହଯୋଗ କରିଛନ୍ତି ।

Comments are closed.