ବିଦ୍ୟାଳୟ ପରିଦର୍ଶନରେ ଗଲେ ବିଡ଼ିଓ

କଲ୍ୟାଣସିଂହପୁର : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପୂଜାରୀଗୁଡା ପଞ୍ଚାୟତର ରାଉତ ପରଡିଗୁଡା ଗାଁରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଶ୍ରେଣୀ ଗୃହ,ଶିକ୍ଷକ ଅଭାବ ଓ ବିଦ୍ୟାଳୟ ପିଣ୍ଡାରେ ଭବିଷ୍ୟତ ଗଢ଼ା ପାଠ ସମାଜରେ ପ୍ରକାଶ ପାଇବା ପରେ ଉକ୍ତ ବିଦ୍ୟାଳୟ କୁ ବିଡ଼ିଓ ସୁଧାକର ରଇତ ପରିଦର୍ଶନରେ ଯାଇଥିବା ଜଣାପଡିଛି । ମଙ୍ଗଳବାର ଦିନ ବିଦ୍ୟାଳୟ ସମସ୍ୟା ସମ୍ପର୍କରେ ବିଡ଼ିଓଙ୍କୁ ଜଣାଇବା ପରେ ସନ୍ଧ୍ୟାରେ ହିଁ ଉକ୍ତ ବିଦ୍ୟାଳୟ ପରିଦର୍ଶନରେ ଯାଇ ବିଦ୍ୟାଳୟର ଚର୍ତୁପାର୍ଶ୍ଵ ରେ ପାଚେରୀ ନଥିବା,ଶ୍ରେଣୀ ଗୃହ ଓ ଶିକ୍ଷକ ସମସ୍ୟା ବିଷୟରେ ବୁଝିବା ପରେ କ୍ଷବ ପ୍ରକାଶ କରିଥିଲେ ।ଏବଂ କହିଥିଲେ ବ୍ଲକ ଶିକ୍ଷା ଅଧିକାରୀ ହରିହର ମହାପାତ୍ରଙ୍କ ଦ୍ଵାରା ଶିକ୍ଷକ ପଦବୀପୁରାଣ କରିଦେଇପାରିବେ ।ପଞ୍ଚାୟତରାଜତରଫରୁ ଅଡର ହେଇଚି କିନ୍ତୁ (ଏଲାଟ ମେଣ୍ଟ ) ସ୍ୱତନ୍ତ୍ର ପାଣ୍ଠି ନାହିଁ ,ଯଦି ପାଣ୍ଠି ଆସିବ ତାହାହେଲେ ପ୍ରଥମେ ଏହି ବିଦ୍ୟାଳୟର ଉର୍ଣ୍ଣତି କାରଣ କରାଯିବ ବୋଲି ଉପସ୍ଥିତ ଥିବା ଗ୍ରାମବାସୀ ଓ ବିଦ୍ୟାଳୟ ପରିଚାଳନା କମିଟିର ସମସ୍ତ ସଦସ୍ୟ ଙ୍କୁ କହିଛନ୍ତି ବୋଲି ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଗଙ୍ଗାଧର ରାଉତ, ବିଶ୍ୱନାଥ ରାଉତ ପ୍ରମୁଖ କହିଛନ୍ତି ।

Comments are closed.