କଲ୍ୟାଣସିଂହପୁର ଲ୍ୟାମ୍ପ କର୍ମଚାରୀଙ୍କ ଧାରଣା

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ଥିବା  ବୃହଦାକର ଆଦିବାସୀ ବହୁମୁଖୀ ସମବାୟ ସମିତି ଲି   ର କର୍ମଚାରୀ ୫ଦଫା ଦାବୀ ନେଇ ଧାରଣାରେ ବସିଥିବା ଦେଖିବାକୁ ମିଳିଛି ।ଓଡିଶା ସମବାୟ ସମିତି ର  ମହାସଂଘର ସମ୍ପାଦକ ନିଲମ୍ବର ନାୟକ ଙ୍କ ନିର୍ଦେଶ କ୍ରମେ ସ୍ଥାନୀୟ ସମବାୟ ସମିତି ର ଶାଖା ପରିଚାଳକ ସିହେଚ କୋଟେଶ୍ୱର ରାଓ ଙ୍କ ନେତୃତ୍ୱରେ ୫ଦଫା ଦାବି ନେଇ ଚଳିତ ମାସ ୧୪ ତାରିଖ ଠାରୁ ଦାବି ପୂରଣ ନ ହେବା ପର୍ୟ୍ୟନ୍ତ ଧାରଣାରେ ବସିଛନ୍ତି ।ଦାବୀ ଗୁଡିକ ହେଲା  ସିଓ ପଦବୀ ବନ୍ଦ କରାଯାଉ, ଲ୍ୟାମ୍ପ କର୍ମଚାରୀ ଙ୍କୁ  ସରକାରୀ ପଦବୀ ,ସପ୍ତମ ବେତନ ଲାଗୁ କରାଯାଉ, ବୀମା ଅନ୍ତର୍ଭୁକ୍ତ କରାଯାଉ ଓ ପଦର୍ଣ୍ଣତି ଦିଆଯାଉ ବୋଲି ଉଲ୍ଲେଖ କରିଛନ୍ତି ।ଏଥିରେ ଲ୍ୟାମ୍ପ ର ଆସିପୁ ନୀଳକଣ୍ଠ, ସିଲା ନିରଞ୍ଜନ,ତାରିଣୀ ପ୍ରସାଦ ତ୍ରିପାଠୀ, ବିଭୀଷଣ ବିଶୋଇ ପ୍ରମୁଖ ଉପସ୍ଥିତ ରହିଛନ୍ତି ।ଆସନ୍ତା ୧୫ ତାରିଖରେ ଧାନ ମଣ୍ଡି ଉଦଘାଟନ ହେବାର ରହିଛି । ବର୍ତ୍ତମାନ ଲ୍ୟାମ୍ପ ବନ୍ଦ ରହିଥିବା ଯୋଗୁଁ ଚାଷୀ, ଲ୍ୟାମ୍ପ ର ବ୍ୟାଙ୍କ କୁ ଗ୍ରାହକମାନେ ଆସି ତାଲା ପଡିଥିବା ଦେଖି ଫେରିଯାଉଥିବା ଦେଖିବାକୁ ମିଳିଛି ।

Comments are closed.