ପାଇପ ଫାଟି ପାନୀୟ ଜଳ ଅପଚୟ

କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ସଦର ମହକୁମାରେ ଚାଲୁଥିବା ମୁଖ୍ୟ ରାସ୍ତା କାର୍ଯ୍ୟରେ ବାରମ୍ବାର ମୁଖ୍ୟ ପାଇପ ଫାଟି ପାନୀୟ ଜଳ ଅପଚୟ ହେଉଥିବା ଦେଖିବାକୁ ମିଳିଛି। ପୂର୍ତ୍ତି ବିଭାଗ ପକ୍ଷରୁ ଚାଲୁଥିବା ରାଜ୍ୟ ରାଜପଥ ରାସ୍ତାର ଉଭୟ ପାର୍ଶ୍ୱରେ ଡ୍ରେନ କରିବା ପାଇଁ ଜେସିବି ଦ୍ୱାରା ଗାତ ଖଳା ଯାଉଛି। ଯାହାଫଳରେ ଗ୍ରାମ୍ୟ ଜଳବିଭାଗ ଅଧିକାରୀ ଓ କନିଷ୍ଠଯନ୍ତ୍ରୀ ଉପସ୍ଥିତ ନରହି କାର୍ଯ୍ୟ କରୁଥିବା ଯୋଗୁଁ ବିଭିନ୍ନ ସ୍ଥାନରେ ମୁଖ୍ୟ ପାଇପ ଲାଇନଗୁଡିକ ଉପାଡି ହୋଇ ଯାଉଛି। ଯାହା ଦ୍ୱାରା ପାନୀୟ ଜଳ ଅପଚୟ ହେଉଛି। ଏଥି ପାଇଁ ଗ୍ରାମବାସୀ ପାନୀୟ ଜଳ ପାଇଁ ଅସୁବିଧାରେ ସମୁଖୀନ ହେଉଛନ୍ତି। ଡ୍ରେନ ଖୋଳିବା ସମୟରେ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହି କାର୍ଯ୍ୟ କରିବା ପାଇଁ ସାଧାରଣରେ ଦାବି ହେଉଛି। ବର୍ତ୍ତମାନ ଉପାଡି ଦେଇଥିବା ପାଇପକୁ ତୁରନ୍ତ ମରାମତି କରି ପାନୀୟ ଜଳ ଯୋଗାଇ ଦେବାକୁ ଦାବି କରିଛନ୍ତି।

Comments are closed.