ପଶ୍ଚିମାଞ୍ଚଳ ଏକତା ଦିବସ ଅବସରରେ ମାନବ ଶୃଙ୍ଖଳ

ସମ୍ବଲପୁର: ସମ୍ବଲପୁର ଠାରେ ଥିବା ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପଶ୍ଚିମାଞ୍ଚଳ ଏକତା ଦିବସ ପାଳିତ ହୋଇଯାଇଛି। ଶନିବାର ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ ଏପ୍ରିଲ ୧କୁ ପଶ୍ଚିମାଞ୍ଚଳର ଏକତାକୁ ସକାରତ୍ମକ ଢ଼ଙ୍ଗରେ ପ୍ରଦର୍ଶନ କରିବା ପାଇଁ ୨୦୨୦ ମସିହାରୁ ଏକତା ଦିବସ ପାଳନ କରାଯାଇ ଆସୁଛି। ଏହି କ୍ରମରେ ଆରଡିସି ଙ୍କ କାର୍ଯ୍ୟାଳୟ ସମ୍ମୁଖ ରାସ୍ତାରେ ଏକ ମାନବ ଶୃଙ୍ଖଳ କରାଯାଇ ଏହି ଦିବସକୁ ପାଳନ କରାଯାଇଛି। ଏଥିରେ ବିିଭିନ୍ନ ସାମାଜିକ, ସ୍ୱେଚ୍ଛାସେବୀ ଓ ରାଜନୈତିକ ଦଳର ଶତାଧିକ ସଦସ୍ୟ ସାମିଲ ହୋଇଥିଲେ। ଏହି କାର୍ଯ୍ୟକ୍ରମରେ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ସ୍ଥାପନ, ବରଗଡ଼ରେ କ୍ୟାନସର ହସ୍ପିଟାଲ, ଝାରସୁଗୁଡା ଓ ଦେବଗଡ଼ରେ କୃଷି ମହାବିଦ୍ୟାଳୟ ପ୍ରତିଷ୍ଠା, ବଲାଙ୍ଗୀରରେ ବାଇପାସ ନିର୍ମାଣ ଓ ମେଡିକାଲରେ ଉତ୍ତମ ଚିକିତ୍ସା ବ୍ୟବସ୍ଥା, କଳାହାଣ୍ଡିରେ ରେଳ ଓ ୱାଗନ କାରଖାନା ପ୍ରତିଷ୍ଠା, ନୂଆପଡ଼ାରେ ମେଡିକାଲ କଲେଜ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ମୁଖ୍ୟାଳୟ ପଶ୍ଚିମାଞ୍ଚଳର ଏକ ଜିଲାରେ ପ୍ରତିଷ୍ଠା, ଝାରସୁଗୁଡାରେ ସରକାରୀ ମହାବିଦ୍ୟାଳୟ ପ୍ରତିଷ୍ଠାନ ଦାବି କରାଯାଇଛି। ଏହି କାର୍ଯ୍ୟକ୍ରମରେ ଏକତା ମଞ୍ଚର ସମ୍ବଲପୁର ଜିଲାରେ ଥିବା ରେଢ଼ାଖୋଲ, ବୁର୍ଲା, ହୀରାକୁଦ, ଗୋଶାଳା, ସମ୍ବଲପୁର ଆଦି ବିଭିନ୍ନ ଶାଖାର ସଦସ୍ୟ ମାନଙ୍କ ସମେତ ଅନ୍ୟ ସଙ୍ଗଠନର ସଦସ୍ୟ ମାନେ ସାମିଲ ହୋଇଥିଲେ। ଏହି ମାନବ ଶୃଙ୍ଖଳ କାର୍ଯ୍ୟକ୍ରମରେ କାନ୍ତି ମେହେର, ଅନ୍ନପୁର୍ଣ୍ଣା ବାରିକ, ଅର୍ଚ୍ଚନା ସାହାଣୀ, ସୁଜାତା ଗୁରୁ, ତୃପ୍ତିମୟୀ ପଣ୍ଡା, ଜନନୀ ମିଶ୍ର, କାର୍ତ୍ତିକ ବହିଦାର, ପ୍ରଫୁଲ୍ଲ ହୋତା, ଅରବିନ୍ଦ ନାୟକ, ଲଳିତ ମୋହନ ବେବର୍ତ୍ତା, ଭକ୍ତ ପ୍ରସାଦ ପଣ୍ଡା, କୃଷ୍ଣଚନ୍ଦ୍ର ବାଗ, ସବ୍ୟସାଚୀ ମିଶ୍ର, ଗଦାଧର ନିଆଲ, ପ୍ରଦୀପ କୁମାର ପଣ୍ଡା, ଅର୍ପିତ ହୋତା, ଅନୁରାଗ ଦାସ, ଆର୍ଯ୍ୟାନ ଓଝା, ଚନ୍ଦ୍ର ଶେଖର ବେହେରା, ଆୟାଙ୍କ ଧର, ଜିତେଶ ପାଣିଗ୍ରାହୀ, ସଶ୍ମିତ ପଣ୍ଡା, କୃଷ୍ଣ ଚନ୍ଦ୍ର ଦାସ ଙ୍କ ସମେତ ଅନେକ ଉପସ୍ଥିତ ରହିଥିଲେ। କାର୍ଯ୍ୟକ୍ରମକୁ ମଞ୍ଚର ଆବାହକ ଭବାନୀ ଶଙ୍କର ଭୋଇ ଓ ସଂଯୋଜକ ମାନସ ବକ୍ସୀ ପରିଚାଳନା କରିଥିଲେ।

Comments are closed.