MEllora 950×100

ଧାରଣାରେ ବସି ମାଣବସା ଗୁରୁବାର କଲେ ଅଙ୍ଗନୱାଡି କର୍ମୀ

କଲ୍ୟାଣସିଂହପୁର :  ଭାରତୀୟ ମଜଦୂର ସଂଘ ଦ୍ୱାରା ପରିଚାଳିତ ହେଉଥିବା ଅଲ ଓଡିଶା ଅଙ୍ଗନୱାଡି ଲେଡିଜ ୱାର୍କର ଆସୋସିଏସନ ଡ଼ାକରାରେ ରାୟଗଡା ଜିଲା କଲ୍ୟାଣସିଂହପୁର ସମିତି କାର୍ୟ୍ୟାଳୟରେ ଥିବା ସମନ୍ୱିତ ଶିଶୁ ବିକାଶ ଯୋଜନା କାର୍ୟ୍ୟାଳୟ ସମ୍ମୁଖରେ ଅଙ୍ଗନୱାଡି କର୍ମୀ ଧାରଣାରେ ବସି ମାଣବସା ଗୁରୁବାର ଲକ୍ଷ୍ମୀଙ୍କ ପୂଜା କରୁଥିବା ଦେଖିବାକୁ ମିଳିଛି । ଆଠ ଦଫା ଦାବି ନେଇ ଆଜକୁ ପ୍ରାୟ ୧୮ଦିନ ହେବ ସମସ୍ତ କାର୍ୟ୍ୟ ଛାଡି ଧାରଣାରେ ବସିଛନ୍ତି ଅଙ୍ଗନୱାଡି କର୍ମୀ । ଏହି ଅଙ୍ଗନୱାଡି କର୍ମୀଙ୍କ ଦାବି ପୂରଣ ନ ହେବା ପର୍ୟ୍ୟନ୍ତ ଧାରଣା ରୁ ଓହ୍ଲାଇ ବୁ ନାହିଁ ବୋଲି ଅଡି ବସିଛନ୍ତି । ବ୍ଲକରେ ଦୁଇଟି ସେକ୍ଟରରେ ମୋଟ ୧୫୨ଜଣ ଅଙ୍ଗନୱାଡି କେନ୍ଦ୍ର ମଧ୍ୟରୁ ୧୨୫ଟି ଅଙ୍ଗନୱାଡି ଓ ୨୭ଟି ମିନି ଅଙ୍ଗନୱାଡି କେନ୍ଦ୍ର ରହିଛନ୍ତି । ଏହି କର୍ମୀ ମଧ୍ୟରୁ ୭୦ଭାଗ ଭାରତୀୟ ମଜଦୂର ସଂଘ ଓ ୩୦ଭାଗ ବିଜୁ ସାମୁଖ୍ୟ ସଙ୍ଗରେ ରହିଛନ୍ତି । ଭାରତୀୟ ମଜଦୂର ସଂଘରେ ଥିବା ଅଙ୍ଗନୱାଡି କର୍ମୀ ମାନେ ସମସ୍ତ କାର୍ୟ୍ୟ ଛାଡି ଧାରଣାରେ ବସିବା ବେଳେ ଉକ୍ତ ଅଞ୍ଚଳରେ କରାଯାଉଥିବା ଛତୁଆ କେନ୍ଦ୍ରରୁ ସମସ୍ତ କେନ୍ଦ୍ରରେ ଛତୁଆ ବଣ୍ଟନ କରାଯାଇଛି । ଯେଉଁ ଅଞ୍ଚଳରେ ଅଙ୍ଗନବାଡି କର୍ମୀ ନଥିଲେ ସେହି କେନ୍ଦ୍ରମାନଙ୍କରେ ଜୋର ଜବରଦସ୍ତ ଛତୁଆ ଫିଙ୍ଗି ଆସିଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ଗ୍ରାମବାସୀ ଆମ ଅଙ୍ଗନୱାଡି ଦିଦି ଧାରଣାରେ ବସିଛନ୍ତି ଆମେ ଛତୁଆ ନେବୁ ନାହିଁ ବୋଲି ମନା କରିବା ସତ୍ତ୍ୱେ ଛତୁଆ ଫିଙ୍ଗି ଥିବା ଜଣାପଡିଛି । ଆଜି ଗୁରୁବାର ହୋଇଥିବାରୁ ଅଙ୍ଗନୱାଡି କର୍ମୀ ମାନେ ରୀତିନୀତି ଅନୁଯାୟୀ ଲକ୍ଷ୍ମୀ ଫୋଟ ଆଣି ଅଁଳା ଓ ବେଲ ଡାଳ ରଖି ମଣ୍ଡା ପିଠା ଖିରି କରି ପୂଜା କରିଛନ୍ତି ।

Comments are closed.