୭୫ତମ ସ୍ୱାଧୀନତାର  ଅମୃତ ମହୋତ୍ସବ ପାଳନ ନିମନ୍ତେ ଶୋଭାଯାତ୍ରା କରି ସଚେତନତା

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ସିଆରପିଏଫ ପକ୍ଷରୁ ପ୍ରତ୍ୟେକ ଘରେ ଜାତୀୟ ପତାକା ଲଗାଇବା ପାଇଁ ଶୋଭାଯାତ୍ରା କରି ସଚେତନତା କରୁଥିବା ଦେଖିବାକୁ ମିଳିଛି । ଭାରତର ସ୍ବାଧୀନତାର ୭୫ତମ ଦିବସ ପାଳନ ଅବସରରେ ସମଗ୍ର ଭାରତବର୍ଷରେ ସ୍ୱାଧୀନତାର ଅମୃତ ମହୋତ୍ସବପାଳନ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ସିଆରପିଏଫ ଇ୪ର୍ଥ ବାଟାଲିୟନର ଆସିଷ୍ଟାଣ୍ଡ କମାଣ୍ଡେଣ୍ଟ  କେ କ୍ରିଷ୍ଟା ରାଓ ନେତୃତ୍ୱରେ ଯବାନ ମାନେ ଓ  ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ହାତରେ ଫ୍ଲାକାର୍ଡ ସହିତ ଜାତୀୟ ପତାକା ଧରି  ସ୍ଲୋଗାନ ଦେଇ ସାହିନଗର ଠାରୁ ବାହାରି ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଗ୍ରାମରେ ବୁଲି ଅଗଷ୍ଟ ୧୩ରୁ ୧୫ପର୍ଯ୍ୟନ୍ତ ପ୍ରତ୍ୟେକ ଘରେ ଜାତୀୟ ପତାକା ଲଗାଇବା  ପାଇଁ ଶୋଭାଯାତ୍ରା କରି ସଚେତନତା କରିଥିଲେ। ଏଥିରେ ସିଆରପିଏଫ ଯବାନ ଓ ଉଚ୍ଚ ବିଦ୍ୟାଳୟ ଶିକ୍ଷକ ପ୍ରମୁଖ ଉପସ୍ଥିତ ରହିଥିଲେ ।

Comments are closed.