ଏକ କୋଟି ମହା ମୃତ୍ୟୁଞ୍ଜୟ ମନ୍ତ୍ର ଅନୁଷ୍ଠାନର ତୃତୀୟ ଚରଣ ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ଅନୁଷ୍ଠିତ

କଲ୍ୟାଣସିଂହପୁର : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁରର ଠାରେ ଥିବା ପ୍ରସିଦ୍ଧ ଦେବଗୀରି ଶୈବପୀଠର କ୍ରାନ୍ତିକାରୀ ଆଶ୍ରମରେ ଏକ କୋଟି ମହା ମୃତ୍ୟୁଞ୍ଜୟ ମନ୍ତ୍ର ଅନୁଷ୍ଠାନର ତୃତୀୟ ଚରଣ ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ପୂଜ୍ୟ ଯୋଗୀ ଶ୍ରୀ ଚୈତନ୍ୟ ରାମ ଜି ଙ୍କ ତତ୍ତ୍ଵାବଧାନରେ ପୂଜ୍ୟ କ୍ରାନ୍ତି ସ୍ୱରୂପା ନନ୍ଦ ଗିରୀଙ୍କ ସାନିଧ୍ୟରେ ସମ୍ପୂର୍ଣ ହୋଇଯାଇଛି। ପ୍ରଥମ ପୂର୍ଣ୍ଣାହୁତି କାର୍ଯ୍ୟକ୍ରମଟି ଜେକେ ପୁର ସ୍ଥିତ ଦୁର୍ଗା ମନ୍ଦିର ରେ ହୋଇଥିବା ବେଳେ ଦ୍ୱିତୀୟଟି ବୈପାରିଗୁଡାର ଗୁପ୍ତେଶ୍ଵର ପୀଠ ରେ ସୁରୁଖୁରୁରେ ସମ୍ପୂର୍ଣ୍ଣ କରାଯାଇଥିଲା । ବର୍ତ୍ତମାନ ତୃତୀୟ ଚରଣରେ ଏହି ପବିତ୍ର ଧାମରେ ଲଘୁ ପୂର୍ଣ୍ଣାହୁତି ସମ୍ପୂର୍ଣ୍ଣ ହୋଇଛି।
ଏହି ଅବସରରେ କଳସ ଯାତ୍ରା ସହ ଦେବ ଆବାହନ ମଣ୍ଡଳ ଧାରଣ, ରୁଦ୍ରାଭିଷେକ, ମହା ମୃତ୍ୟୁଞ୍ଜୟ ମନ୍ତ୍ରର ଏକ କୋଟି ଏଗାର ଲକ୍ଷ ସହ ସାତ କୋଟି ସେକେଣ୍ଡ ଧ୍ୟାନ ସାଧନା ପୂର୍ଣ୍ଣ ହୋଇଛି। ମାନସିକ ଧାରୀ ମାନେ ନିଜ ନିଜ ପୂଜନ ସାମଗ୍ରୀ ଧରି ଯଜ୍ଞ କୁଣ୍ଡରେ ଦମ୍ପତି ମାନେ ବସି ହବନ ପୂଜନ ଆହୁତି ପ୍ରଦାନ କରିଥିଲେ।  ଭି ନାଗେଶ୍ଵର ରାଓ ଶର୍ମା ଜି,  ସନ୍ତୋଷ ଶର୍ମା ଜି ଙ୍କ ସହ ପଣ୍ଡିତ ହିରୋଧର ନାୟକ ପୂଜା ଅଭିଷେକ ଯଜ୍ଞ ଆଦି ସଞ୍ଚାଳନ କରିବାରେ ସହାୟକ ହୋଇଥିଲେ। ନାମ ସଙ୍କୀର୍ତ୍ତନ କାର୍ଯ୍ୟକ୍ରମରେ ରାୟଗଡ଼ାରୁ ମୋହନ ଗୁରୁ, ନାମାଚର୍ଯ୍ୟ ସତ୍ୟ ନାରାୟଣ ପାଣିଗ୍ରାହୀ ନିଳାଞ୍ଚଳ ପଣ୍ଡାଙ୍କ ସହ ଅନେକ ଭକ୍ତମଣ୍ଡଳୀ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ କ୍ରାନ୍ତୀକାରୀ ଆଶ୍ରମର ପ୍ରତିଷ୍ଠାତା କ୍ରାନ୍ତୀ ସ୍ୱରୂପାନନ୍ଦ ଗିରି, ଦେବସେନା ପ୍ରଦେଶ ଅଧ୍ୟକ୍ଷ ଶ୍ରୀ ବିନୁରାମ ମଙ୍ଗରାଜ, ମହା ସଚିବ ଶ୍ରୀ ରାଜେନ୍ଦ୍ର ସାହୁ, ଜିଲ୍ଲା ବିଶ୍ଵ ହିନ୍ଦୁ ପରିଷଦର ଉପାଧ୍ୟକ୍ଷ ଆଲୁ ଶଙ୍କର ରାଓ, ମହିଳା ଉପାଧ୍ୟକ୍ଷ ୱିନିତା ସିନା , ଆର୍ ଇସ୍ ଏସ ସଂଘ ପରିବାର ପଶ୍ଚିମ ପ୍ରାନ୍ତ ସେବା ପ୍ରମୁଖ ଶ୍ରୀ ଦୀପକ ଭାଇ ଯୋଗ ଦେଇଥିବା ବେଳେ କ୍ରାନ୍ତିକାରୀ ଆଶ୍ରମର ବ୍ରହ୍ମ କୁମାରୀ ପୂର୍ଣ୍ଣିମା ଭଉଣୀ, ପଦ୍ମାବତି ଭଉଣୀ ଏବଂ ଅନ୍ତେବାସୀର ଅନେକ ଭାଇ ଭଉଣୀ ଏହି କାର୍ଯ୍ୟକ୍ରମରେ ପୂର୍ଣ୍ଣ ସହଯୋଗ କରିଥିଲେ।
ଆଗାମୀ ଦିନରେ କାଶୀ ବିଶ୍ୱନାଥ ଶ୍ରୀ ବାବା ବିଶ୍ୱନାଥଙ୍କ ପୀଠରେ ଚତୁର୍ଥ ଚରଣର ପୂର୍ଣ୍ଣାହୁତି କରା ଯିବାର ଯୋଜନା ରହିଛି ବୋଲି ବିଶ୍ବ କଲ୍ୟାଣ ସାଧନା ସମିତି ତଥା ଏକ କୋଟି ମହା ମୃତଞ୍ଜୟ ମନ୍ତ୍ର ଅନୁଷ୍ଠାନର ପ୍ରତିଷ୍ଠାତା ତଥା ଯୋଗୀ ଶ୍ରୀ ଚୈତନ୍ୟ ରାମ ଜି ସୂଚନା ଦେଇଛନ୍ତି।

Comments are closed.