ଦଶମ ଶ୍ରେଣୀ ପରୀକ୍ଷା ଦେଲେ ୧୦୨୬ ବିଦ୍ୟାର୍ଥୀ

କଲ୍ୟାଣସିଂହପୁର: ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡ ପକ୍ଷରୁ ଦଶମ ପରୀକ୍ଷା ଆରମ୍ଭ ହୋଇଛି। କଲ୍ୟାଣସିଂହପୁର ନୋଡାଲ ସେଣ୍ଟରେ ୧୧୮୮ବିଦ୍ୟାର୍ଥୀ ମଧ୍ୟରୁ ୧୦୨୬ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୧୬୨ଜଣ ଛାତ୍ରଛାତ୍ରୀ ଅନୁପସ୍ଥିତ ରହିଥିଲେ। କଲ୍ୟାଣସିଂହପୁର କେନ୍ଦ୍ରରେ ୧୪୮ ମଧ୍ୟରୁ ୧୨୯ ପରୀକ୍ଷା ଦେଇଥିବା ବେଳେ ୧୯ ବିଦ୍ୟାର୍ଥୀ ଅନୁପସ୍ଥିତ, ଜଗନ୍ନାଥପୁର କେନ୍ଦ୍ରରେ ୧୪୬ ମଧ୍ୟରୁ ୧୧୬ ପରୀକ୍ଷା ଦେଇଥିବା ବେଳେ ୩୦ ବିଦ୍ୟାର୍ଥୀ ଅନୁପସ୍ଥିତ, ବୁଡ଼ାଗୁଡା କେନ୍ଦ୍ରରେ ୧୬୮ରୁ ୧୪୮ପରୀକ୍ଷା ଦେଇଥିବା ବେଳେ ୨୦ଜଣ ଛାତ୍ରଛାତ୍ରୀ ଅନୁପସ୍ଥିତ, ସିକରପାଇ କେନ୍ଦ୍ରରେ ୨୧୩ରୁ ୧୭୨ ପରୀକ୍ଷା ଦେଇଥିବା ବେଳେ ୪୧ଜଣ ଛାତ୍ରଛାତ୍ରୀ ଅନୁପସ୍ଥିତ ଓ ରେଭଲକୋଣା କେନ୍ଦ୍ରରେ ୨୮୭ ରୁ ୨୬୩ ପରୀକ୍ଷା ଦେଇଥିବା ବେଳେ ୨୪ଜଣ ବିଦ୍ୟାର୍ଥୀ ପରୀକ୍ଷା ଦେଇଥିବା ବେଳେ ଶିରିପୁର କେନ୍ଦ୍ରରେ ୨୨୬ରୁ ୧୯୮ ଜଣ ପରୀକ୍ଷା ଦେଇଥିବା ବେଳେ ୨୮ଜଣ ଛାତ୍ରଛାତ୍ରୀ ଅନୁପସ୍ଥିତ ରହିଛନ୍ତି ବୋଲି ନୋଡାଲ ସେଣ୍ଟରୁ ଜଣାପଡିଛି।

ଏହି ପ୍ରଶ୍ନ ଉତ୍ତର ଖାତାକୁ ୬ଟି କେନ୍ଦ୍ରକୁ ଉମାଶଙ୍କର ଖରା ଓ ମୋନଜ କୁମାର ସାହୁକାର ପୁଲିସ ର କଡା ସୁରକ୍ଷା ବ୍ୟବସ୍ଥା ନେବା ଆଣିବା କରାଯାଉଛି। ଏହି ପରୀକ୍ଷା କେନ୍ଦ୍ରକୁ ଅତିରିକ୍ତ ତହସିଲଦାର ଗଣେଶ ଦଳେଇ ପରିଦର୍ଶନ କରିଥିଲେ। କୋବିଡ଼କୁ ଆଖିଆଗରେ ରଖି ପରୀକ୍ଷା କେନ୍ଦ୍ରକୁ ପ୍ରବେଶ ପଥରେ ଛାତ୍ରଛାତ୍ରୀଙ୍କ ମୁଖରେ ତୁଣ୍ଡି ଲଗାଇବା, ସମାଜିକ ଦୂରତା ରକ୍ଷା, ସାନିଟାଇଜ କରାଯାଉଥିବା ଦେଖିବାକୁ ମିଳିଛି।

Comments are closed.