ବୁଡିମା ଠାକୁରାଣୀ ଓ ବୁଡ଼ାରାଜାଙ୍କ ଝାମିଯାତ୍ରା

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପୂଜାରୀଗୁଡା ପଞ୍ଚାୟତ ଅଧିନସ୍ଥ ରାଉତପରଡି ଗୁଡା ଗାଁରେ ବୁଡିମା ଠାକୁରାଣୀ ଓ ବୁଡ଼ାରାଜାଙ୍କ ବାର୍ଷିକ ଯାତ୍ରା  ଅନୁଷ୍ଠିତ ହୋଇଛି । ଏଥିରେ ପୂଜକ ବିଶ୍ୱନାଥ ରାଉତଙ୍କ ଦ୍ଵାରା ରୀତିନୀତି ଅନୁଯାୟୀ ସମସ୍ତ ପୂଜାପାଠ କରି  ନିଜ ଦେହକୁ କାଳସୀ ବା ଦେବତା ଆଶ୍ରୟ ହେବା ପରେ ଝାମି ବା ନିଆଁ ମାଡିଥିଲେ  ।  ପୂଜାକକୁ କଳସି ଆଶ୍ରୟ ହେବା ପରେ ଭକ୍ତ ମାନେ ଚାଉଳ ନେଇ ପୂଜାକଙ୍କୁ ଦେଇ ନିଜ ନିଜ ସମସ୍ୟା ଜଣାଇଥାନ୍ତି । ଏହି ଯାତ୍ରା ତିନିଦିନ ଧରି ଆଡମ୍ବରରେ କରାଯିବ ପରେ ଶେଷ ଦିନରେ ପୂଜକ ଝାମି ମାଡି ଯାତ୍ରା ଶେଷ କରିଥିଲେ ।ଏହି ଠାକୁରାଣୀ ମନ୍ଦିରଟି ଗାଁର କିଛିଦୂର ଏକ ଛୋଟିଆ ପାହାଡ଼ ଉପରେ ରହିଛନ୍ତି । ଏହାର ମନ ଲୋଭ ଦୃଶ୍ୟ ଦେଖିବା ପାଇଁ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ଭକ୍ତ ମାନେ  ଯାତାୟତ କରୁଥିବା ଦେଖିବାକୁ ମିଳିଛ । ଏହି ଯାତ୍ରା ସମୟରେ ପ୍ରାୟ ଶହ ଶହ ଭକ୍ତ ସମାଗମ ହୋଇଥିଲେ । ଏ ଅବସରରେ ଯାତ୍ରା ପରିଚାଳନା କମିଟି ତରଫରୁ ବୁଗି ବୁଗି,ଓ ଭୁବନେଶ୍ୱରର ନାଚ କାର୍ଯ୍ୟକ୍ରମ କରାଯିବ ବୋଲି ସୂଚନା ମିଳିଛି ।

Comments are closed.