ପାଣି ପାଇଁ ହନ୍ତସନ୍ତ ବାମନଗୁଡ଼ା ଗ୍ରାମବାସୀ

କଲ୍ୟାଣସିଂହପୁର-: ରାୟଗଡା ଜିଲା କଲ୍ୟାଣ ସିଂହପୁର ବ୍ଳକ ଅନ୍ତର୍ଗତ ସୁନାଖଣ୍ଡି ପଞ୍ଚାୟତ ବାମନ ଗୁଡା ଗାଁରେ ପାନୀୟ ଜଳ ସଙ୍କଟ ପୁଣିଥରେ ଦେଖିବାକୁ ମିଳିଛି। କଲ୍ୟାଣସିଂହପୁର ବ୍ଲକରେ ମୋଟ ୧୪ଟି ପଞ୍ଚାୟତ ରହିଥିବା ବେଳେ ସବୁବେଳେ ପାନୀୟ ଜଳ ସମସ୍ୟା ପାଇଁ କଲ୍ୟାଣ ସିଂହପୁର ବ୍ଲକ ଚର୍ଚ୍ଚାରେ ରହିଛି। ତଥାପି ପ୍ରଶାସନ ଏଥିପ୍ରତି ଧ୍ୟାନ ନ ଦେବା ଦୁଃଖର ବିଷୟ ପାଲଟିଛି। ୫୦ ଟି ପରିବାର ବସବାସ କରୁଥିବା ଏହି ବାମନଗୁଡ଼ା ଗ୍ରାମରେ ପ୍ରାୟ ୫ ଶହ ଲୋକ ରୁହନ୍ତି ଏବଂ ଗ୍ରାମରେ ଚାରୋଟି ନଳକୂପ ରହିଛି କିନ୍ତୁ ତାହା ନାମକୁ ମାତ୍ର ଦୁଇଟି ନଳକୂପ ସମ୍ପୂର୍ଣ ଭାବେ ଅଚଳ ଥିବା ବେଳେ ଆଉ ଦୁଇଟି ନଳକୂପ ଦୁଇ ତିନୋଟି ହାଣ୍ଡି ପାଣି ଧରିଲା ପରେ ଆଉ ପାଣି ବାହାରୁ ନାହିଁ। ସେଥିପାଇଁ ଲୋକେ ବାଧ୍ୟ ହୋଇ ଗାଁ ଲୋକ ୫୦ ଓ ୧୦୦ ଟଙ୍କା ଉଠାଇ ଗାଁ ନିକଟସ୍ଥ ଏକ ବିଲରେ ଜେଶିପି ଦ୍ଵାରା ଏକ ଅସ୍ଥାୟୀ ଚୁଆଁ ଖୋଲିଛନ୍ତି।

ଏଥିରେ ଗାଧୋଇବା ପାଇଁ ଶୌଚ ପାଇଁ ଓ ପିଇବା ପାଇଁ ଦୁଇ କିଲୋମିଟର ଚାଲି ଚାଲି ଏଠାକୁ ଆସି ପାଣି ଆଣିଥାନ୍ତି। ଡହ ଡହ ଖରାରେ ଗାଁର ବୃଦ୍ଧା ମହିଳାମାନେ ହାଣ୍ଡି ଧରି ଆସି ଏଠାରୁ ପାଣି ନେବା ବେଳେ ଅନେକ ଥର ମୁଣ୍ଡ ବୁଲାଇ ହୋଇ ପଡ଼ି ଯିବାର କଥା ବି ଗାଁ ଲୋକ ଜଣେଇଛନ୍ତି। ତାସହ ଦୂଷିତ ପାଣି ପିଇ ନାନା ପ୍ରକାର ରୋଗରେ ଆକ୍ରାନ୍ତ ହେବା କଥା ମଧ୍ୟ ଲୋକେ କହିଛନ୍ତି। ଏ ନେଇ ସରପଞ୍ଚ ଙ୍କୁ ଏ ବିଷୟରେ ଅବଗତ କରିଥିଲେ ସୁଦ୍ଧା କେବଳ ମିଳିଛି ମିଛ ଆଶ୍ୱାସନା ଏ ନେଇ ସରପଞ୍ଚ ସହ ଯୋଗାଯୋଗ କରିବା ପରେ ବି କିଛି ପ୍ରତିକ୍ରିୟା ମିଳି ପାରିନାହିଁ। ସରକାରଙ୍କ ମାଳମାଳ ଯୋଜନା ଥିଲେ ସୁଦ୍ଧା ଏଇ ଉପାନ୍ତ ଅଞ୍ଚଳର ଲୋକେ ଏଇ ସୁବିଧାରୁ ବଞ୍ଚିତ ରହିବା ଲଜ୍ୟାର ବିଷୟ ପାଲଟିଛି।

Comments are closed.