ପ୍ରେମିକାକୁ ନିଜର କରିବା ପାଇଁ ସାଙ୍ଗ ନେଲା ସାଙ୍ଗର ଜୀବନ
ତ୍ରିକୋଣୀୟ ପ୍ରେମର କରୁଣ ପରିଣତି
କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକର କନ୍ଧ କାତିପାଡୁ ପଞ୍ଚାୟତ ଅନ୍ତର୍ଗତ ପଙ୍ଗଲି ଗାଁ ନିକଟ ଘୋଡା ନାଳ ଚେକଡେମ ନିକଟ ବାଲିପଟାରେ କଲ୍ୟାଣସିଂହପୁର ପୁଲିସ ଏକ ମୃତ ଶରୀର ଠାବ କରିଛି। ଘଟଣାରୁ ପ୍ରକାଶଯେ ତ୍ରିକୋଣ ପ୍ରେମକୁ ନେଇ ହତ୍ୟା କରାଯାଇଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି। ପ୍ରେମ ଆଗରେ ତୁଚ୍ଛ ହୋଇଗଲା ସାଙ୍ଗ। ପ୍ରେମିକାକୁ ନିଜର କରିବାପାଇଁ ସାଙ୍ଗ ନେଇଛି ସାଙ୍ଗର ଜୀବନ। ଅତ୍ୟାଧିକ ମଦ ପିଆଇ ବେହୋସ କରିବା ପରେ ତଣ୍ଟିଚିପି ହତ୍ୟା କରି କଲ୍ୟାଣସିଂହପୁର ବ୍ଲକ କନ୍ଧ କାତିପାଡୁ ପଞ୍ଚାୟତ ପୋଙ୍ଗଲି ଗାଁ ନିକଟ ଘୋଡା ନାଳର ଚେକଡେମ ବାଲି ପଟାରେ ପୋତି ଦେଇଥିବା ଅଭାବନିୟ ଘଟଣା ଦେଖିବାକୁ ମିଳିଛି। ମୃତ ଯୁବକର ଭାଇ ଭୁବନ କାଣ୍ଡ କହିବା ଅନୁଯାୟୀ ରୁମାନ ବର୍ଗତି ଓ ଉମାକାନ୍ତ କାଣ୍ଡ ଦୁହେଁ ପୁର୍ବରୁ ଭଲ ସାଙ୍ଗଥିଲେ। ରୁମାନ ବର୍ଗତି ଏକ ଝିଅକୁ ଭଲପାଇ ଆସୁଥିଲା। ଉକ୍ତଝିଅ ଉମାକାନ୍ତ ସହ କଥା ହେଉଥିବା ଦେଖି ରୁମାନ ସେଇ ଝିଅକୁ ମାରପିଟ କରିବା ସହ କାଳେ ଉମାକାନ୍ତ ସହ ପ୍ରେମ ସମ୍ପର୍କ ରଖିଥିବା ସନ୍ଦେହ କରି ଉମାକାନ୍ତ କୁ କେମିତି ହଟାଇବ ଏହାର ଏକ ବ୍ଲୁ ଫିଲମ ପୁର୍ବରୁ ପ୍ରସ୍ତୁତ କରସାରିଥିଲା। ଗତ ମେ ମାସ ୨ତାରିଖରେ ରୁମାନ ନିଜ ନାନୀଘରକୁ ରାୟଗଡା ଆସି ଏକ ଷଡଯନ୍ତ୍ର କରି ଉମାକାନ୍ତକୁ ରାୟଗଡାକୁ ଟିକଟ କରି ଆସିବା ପାଇଁ ୩ ତାରିଖରେ ଫୋନ କରି କହିବାରୁ ଉମାକାନ୍ତ ୪ତାରିଖ ଦିନ ନିଜ ପରିବାରକୁ କହି ରାୟଗଡା ଆସିଥିଲା। ଏହା ପୁର୍ବରୁ ରୁମାନ ଚାନ୍ଦିଲି ଗାଁର ନିଜ ବଡମାର ପୁଅ ପ୍ରଶାନ୍ତ ବର୍ଗତି ଓ ଅନ୍ୟ ସାଙ୍ଗ ବିକାଶ ଭଟ୍ଟକୁ ପୁର୍ବ ପ୍ରସୁତିକରି ଉମାକାନ୍ତକୁ ହତ୍ୟା କରିବାକୁ ଯୋଜନା କରିଥିଲେ। ଉମାକାନ୍ତ ରାୟଗଡା ଆସିବା ପରେ ଭୋଜିକରି ଖାଇବା କହି ଚାରିଜଣ ମିଶି କଲ୍ୟାଣସିଂହପୁର ବ୍ଲକ କନ୍ଧ କାତିପାଡୁ ପଞ୍ଚାୟତ ଅନ୍ତର୍ଗତ ପଙ୍ଗେଲି ଗାଁ ନିକଟ ଘୋଡ ନାଳର ଚେକଡେମକୁ ଆସିଥିଲେ ଏଠାରେ ଭୋଜିକରିବା ସହ ମଦ୍ୟପାନ କରିଥିଲେ। ନିଶା ହେବାପରେ ଦୁଇ ସାଙ୍ଗ ରୁମାନ ଓ ଉମାକାନ୍ତ ସହ ବଚସା ହୋଇଥିଲା। ରୁମାନ ରାଗିଯାଇ ସାଙ୍ଗ ଉମାକାନ୍ତର ବେକ ଚିପି ଦେଇଥିଲେ। ଉମାକାନ୍ତ ଅତ୍ୟଧିକ ମଦ୍ୟପାନ କରିଥିବାରୁ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା।ଏହି ହତ୍ୟା କରିବା ସମୟରେ ରୁମାନଙ୍କ ଦୁଇ ସାଙ୍ଗ ସାହାଯ୍ୟରେ ଚେକଡେମ ନିକଟର ବାଲିପଟାରେ ଗାତଖୋଳି ପୋତିବା ପରେ ମୃତ ଶରୀର ଉପରେ ଦୁଇଟି ବଡବଡ ପଥର ଲଦି ଦେଇ ବାଲି ଘୋଡାଇ ଦେଇଥିଲେ ଚାଲିଗଲେ।
ମୁଖ୍ୟ ଅଭିଯୁକ୍ତ ରୁମାନ ନିଜ ଗାଁ ଟିଟିଲାଗଡ଼ ର ସିରଭଟ୍ଟା ପଡାକୁ ଚାଲି ଆସିବାରୁ ମୃତ ଉମାକାନ୍ତ ଘରକୁ ନ ଫେରିବାରୁ ପରିବାର ଲୋକେ ପଚାର ଉଚର କରିବା ପରେ ଖୋଜା ଖୋଜି କରି ଫୋନ କରିଥିଲେ କିନ୍ତୁ ଫୋନ ବନ୍ଦ ରହିଥିବାରୁ ଗତ ୧୧ ତାରିଖରେ ଏ ନେଇ ଟିଟିଲାଗଡ଼ ଥାନାରେ ନିଯେ ଭାଇ ନିଖୋଜ ହୋଇଥିବା ନେଇଏତଲା ଦେଇଥିଲେ। ପୁଲିସ ମୃତ ଯୁବକର ମୋବାଇଲ ନଂ ୯୩୩୭୫୮୪୨୭୯ କୁ ୪ତାରିଖ ରେ ଟ୍ରାକିଂ କରିବାପରେ ଶେଷ ଲୋକେସନ ରାୟଗଡ ଜିଲାର ଥେରୁବୁାଲି ଦେଖାଇଥିଲା। ଅନ୍ୟ ନମ୍ବର୮୮୯୫୭୨୨୯୨୩ ରେ ମେସେଜ କରିଥିଲା ସକାଳୁ ଫୋନ କରିବିକହିଥିଲା କିନ୍ତୁ ଫୋନ କରିନଥିଲା। ୧୧ ରେ ଏତଲା କୁ ନେଇ ଟିଟିଲାଗଡ଼ ୪୦/୨୧ରେ ମାମଲା ରୁଜୁ କରି ପୁଲିସ ମୋବାଇଲ ଟ୍ରାକିଂ ଆଧାରରେ ସନ୍ଦେହରେ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ରୁମାନ ବର୍ଗତିକୁ ଟିଟିଲାଗଡ଼ରୁ ଉଠାଇ ପଚାରିବାରୁ ଘଟଣା ବିଷୟରେ କହିଥିଲା। କହିବାପରେ ହତ୍ୟାରେ ଜଡିତ ଥିବା ଚାନ୍ଦିଲି ଗାଁର ପ୍ରଶାନ୍ତ ବର୍ଗତି ଓ ବିକାଶ ଭଟ୍ଟ କୁ ମଧ୍ୟ ଉଠାଇବା ପରେ ଚାନ୍ଦିଲି ଥାନାକୁ ହସ୍ତାନ୍ତର କରିଥିଲା ଟିଟିଲାଗଡ଼ ପୁଲିସ। ଚାନ୍ଦିଲି ପୁଲିସ ଉକ୍ତ ଅଭିଯୁକ୍ତ ଆଣି ଥେରୁବାଲିର ଘଟଣା ଵୋଲି ଥେରୁବାଲି ପୁଲିସ ଫାଣ୍ଡିକୁ ହସ୍ତାନ୍ତର କରିଲେ। ଚାନ୍ଦିଲି ଓ ଥେରୁବାଲି ପୁଲିସ ମିଶି ଅଭିଯୁକ୍ତ ପଚରା ଉଚରା କରିବାପରେ ଅଭିଯୁକ୍ତ ମାନେ ଉମାକାନ୍ତକୁ ହତ୍ୟା କରି ଏକ ମାଲଗାଡିରେ ପକାଇଦେଇଥିବା କହିଥିଲେ। କିନ୍ତୁ ଲକଡାଉନ ସମୟରେ କୌଣସି ରେଳ ଚଳଚଳ ହେଉନି ଵୋଲି ଧମକା ଧମକି କରି ପଚାରିବାରୁ ସତ୍ୟ ଘଟଣା କହିଥିଲେ। ଗତ ୩୦ତାରିଖରେ ପୁଣି ଘଟଣାଟି ସତ୍ୟକି ନାହିଁ ଭାବି ଅଭିଯୁକ୍ତ ମାନଙ୍କୁ ସାଙ୍ଗରେ ନେଇ ଘଟଣା ସ୍ଥଳରେ ପହଞ୍ଚିବାରୁ ହତ୍ୟା କରିଥିବା ଅଭିଯୁକ୍ତ ମାନେ ପୋତି ଥିବା ଜାଗାକୁ ଦେଖାଇଥିଲେ। ହତ୍ୟା ହୋଇଥିବା ଜାଗାଟି କଲ୍ୟାଣସିଂହପୁର ପୋଲିସ ଅଧିନରେ ଜାଉଥିବାରୁ କଲ୍ୟାଣସିଂହପୁର ଥାନା ଅଧିକାରୀ ସୁକମା ହଂସଦାକୁ ହସ୍ତାନ୍ତର କରିଥିଲେ। ଆଜି ସୋମବାରଦିନ ଅଧିକାରୀ ସୁକମା ହଂସଦା, ମାଝିଷ୍ଟେଟ ଦାଇତ୍ବରେ ଗଣେଷ ଦଳାଇ, ରାୟଗଡା ଏଡିସନାଲ ଏସପି ଦିବ୍ୟ ଜ୍ୟୋତି ମିଶ୍ର ,ଏସ ଆଇ ରଞ୍ଜନ ନାଗ, ବିମଳ କହଁର, ଥେରୁବାଲି ଏସ ଆଇ କୁନିସବର, ରାୟଗଡାର ସାଇଟିପିକ ଦଳ ଘଟଣା ସ୍ଥଳକୁ ପହଞ୍ଚି ହତ୍ୟା କରିଥିବା ଅଭିଯୁକ୍ତ ରୁମାନକୁ ଶବ ବାହାର କରିବାକୁ କହିଥିଲେ ।ଅଭିୟୁକ୍ତ ପୋତି ଥିବା ଶବକୁ ବାହର କରିଥିଲା ।ଘଟଣା ସ୍ଥଳରେ ମୃତ ପରିବାର ପହଁଞ୍ଚିବା ପରେ ପୁଲିସ ଶବ ଜବତ କରି କୋରାପୁଟ ପଠାଜିବ ବୋଲି ପୁଲିସ ସୁଚନା ଦେଇଛି। ଏହାକୁ ନେଇ ଏକ ମାମଲା ରୁଜୁକରି କେସ ନଂ ୫୨/୨୧ ଦଫା ୩୦୨,୨୦୧,୩୪ଆପିସିରେ ମାମଲାେର ରୁଜ କରାଜାଇଛି। ମୃତ ଯବକର ଘର ଟିଟିଲାଗଡ଼ ର ଦେବନପଡା ବଲି ଜଣାପଡିଛି।ତିନି ଅଭିଯୁକ୍ତକୁ ଥାନାରେ ରଖି ଅଧିକ ତଦନ୍ତ ଚଲାଉଥିବା ଏଡିସନାଲ ଏସପି ଦିବ୍ୟଜ୍ୟତି ମିଶ୍ର ସୂଚନା ଦେଇଛନ୍ତି। ଏହାପରେ ତିନି ଅଭିଯୁକ୍ତକୁ କୋର୍ଟଚାଲାଣ କରାଜିବ ଵୋଲି ଥାନା ଅଧିକାରୀ ସୁକମା ହଂସଦା କହଛନ୍ତି।
Comments are closed.