ପାରଳା ଇତିହାସର ପ୍ରଥମ; ସିଂହାସନ ଆରୋହଣ କଲେ ରାଜଜେମା କଲ୍ୟାଣୀ ଗଜପତି

ପାରଳାଖେମୁଣ୍ଡି: ପାରଳା ଇତିହାସର ପ୍ରଥମ ଏକ ନୂଆ ଫର୍ଦ୍ଦ ଯୋଡି ହୋଇଯାଇଛି। ପାରଳା ମହାରାଜ ଗୋପୀନାଥ ଗଜପତି ନାରାୟଣ ଦେବଙ୍କ ପରଲୋକ ପରେ ତାଙ୍କ କନ୍ୟା କଲ୍ୟାଣୀ ଗଜପତି ଶନିବାର ସିଂହାସନ ଆରୋହଣ କରିଛନ୍ତି। ପାରଳା ଇତିହାସରେ ଜଣେ ମହିଳା ରାଜା ଭାବେ ସିଂହାସନ ଆରୋହଣ କରିବା ଏହା ହେଉଛି ପ୍ରଥମ ଘଟଣା। ବିଧିବଦ୍ଧ ଭାବେ ରାଜ ପୁରୋହିତ କଲ୍ୟାଣୀ ଗଜପତିଙ୍କ ରାଜ୍ୟାଭିଷେକ କରିଛନ୍ତି। ରାଜଜେମା କଲ୍ୟାଣୀ ଗଜପତିଙ୍କ ନିର୍ଦ୍ଦେଶ କ୍ରମେ ପାରଳା ମହାରାଜ ଗୋପୀନାଥ ଗଜପତିଙ୍କ ଶେଷଯାତ୍ରା ବାହାରିଥିଲା। ପରେ ମହାରାଜଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା ।

Comments are closed.