ରାଜ୍ୟ ସଂଗ୍ରହାଳୟରେ ପ୍ରଦର୍ଶିତ ହେଲା କଳ୍ପନାଙ୍କ ପୋଷାକ

ଭୁବନେଶ୍ବର : ଭୁବନେଶ୍ବର ସ୍ଥିତ ରାଜ୍ୟ ସଂଗ୍ରହାଳୟରେ ମଙ୍ଗଳବାର ସରକାର ପର୍ବତାରୋହିଣୀ କଳ୍ପନା ଦାଶଙ୍କ ସ୍ମୃତିରେ ତାଙ୍କ ପୋଷାକ ପ୍ରଦର୍ଶନ କରିଛନ୍ତି। କଳ୍ପନା ବ୍ୟବହାରର କରିଥିବା ପୋଷାକ ଓ ଉପକରଣ ମଧ୍ୟ ପ୍ରଦର୍ଶିତ ହୋଇଛି। ସେ ୨୦୧୪ରେ ଏଭରେଷ୍ଟ ଚଢିବା ବେଳେ ବ୍ୟବହାର କରିଥିବା ସାମଗ୍ରୀ ପ୍ରଦର୍ଶନ କରାଯାଇଛି। କଳ୍ପନା ୨୦୧୭ରେ ରାଜ୍ୟ ସଂଗ୍ରହାଳୟକୁ ତାଙ୍କର ପୋଷାକ ପ୍ରଦାନ କରିଥିଲେ।

ସୂଚନାଯୋଗ୍ୟ ଯେ, ମେ ୨୩ ତାରିଖ ଗୁରୁବାର ମଧ୍ୟାହ୍ନ ସମୟରେ ଏଭରେଷ୍ଟ ପର୍ବତରେ କଳ୍ପନା ଦାଶଙ୍କ ମୃତ୍ୟୁ ହୋଇଥିଲା। ତାଙ୍କ ମରଶରୀରକୁ ଓଡିଶା ଆଣିବାକୁ ରାଜ୍ୟ ସରକାରଙ୍କ ତରଫରୁ ଉଦ୍ୟମ କରାଯାଉଛି।

Comments are closed.