ସ୍ବର୍ଗଦ୍ବାର ଅଭିମୁଖେ କଳ୍ପନାଙ୍କ ପାର୍ଥିବ ଶରୀର

ଭୁବନେଶ୍ୱର : ଜନ୍ମମାଟି ଢେଙ୍କାନାଳରୁ ପର୍ବତାରୋହିଣୀ କଳ୍ପନା ଦାଶଙ୍କ ପାର୍ଥିବ ଶରୀର ପୁରୀ ସ୍ୱର୍ଗଦ୍ୱାର ଅଭିମୁଖେ ବାହାରିଛି। ସେଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ।

ନିଜ ଗାଁ ସାରିଆପଦାରେ କଳ୍ପନାଙ୍କ ପାର୍ଥିବ ଶରୀର ପହଞ୍ଚିବା ପରେ ସେଠାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ଜିଲା ପ୍ରଶାସନ, ଅନେକ ବିଶିଷ୍ଟ ବ୍ୟକ୍ତି, ସାଧାରଣ ଜନତା ଏବଂ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା।
ଉଲ୍ଲେଖଯୋଗ୍ୟ, ଏଭରେଷ୍ଟ ଆରୋହଣ କରି ପାଦ ଦେଶକୁ ଫେରିବା ସମୟରେ ଗତ ମେ ୨୩ ତାରିଖରେ କଳ୍ପନାଙ୍କର ଦେହାନ୍ତ ଘଟିଥିଲା। ଆଜି ଦିଲ୍ଲୀରୁ ବିମାନ ଯୋଗେ ତାଙ୍କ ମରଶରୀର ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରୁ ତାଙ୍କ ଜନ୍ମମାଟି ଢେଙ୍କାନାକୁ ନିଆଯାଇଥିଲା। ତାଙ୍କ ବିୟୋଗରେ ରାଜ୍ୟରେ ଶୋକର ଛାୟା ଖେଳିଯାଇଛି।

Comments are closed.