ଓସ୍କାର ଦୌଡ଼ରେ ନୀଳମାଧବ ପଣ୍ଡାଙ୍କ ‘କାଲିର ଅତୀତ’

ଭୁବନେଶ୍ୱର: ଓଡ଼ିଶା ପାଇଁ ଗର୍ବ ଓ ଗୌରବର ବିଷୟ। ଓସ୍କାର ଦୌଡ଼ରେ ସାମିଲ ହୋଇଛି ଓଡ଼ିଆ ନିର୍ମାତା-ନିର୍ଦ୍ଦେଶକ ନୀଳମାଧବ ପଣ୍ଡାଙ୍କ ଚଳଚ୍ଚିତ୍ର ‘କାଲିର ଅତୀତ’। ଏହା ଓସ୍କାର ଦୌଡ଼ର ସାଧାରଣ ବର୍ଗରେ ଶ୍ରେଷ୍ଠ ଚିତ୍ର, ଶ୍ରେଷ୍ଠ ଅଭିନେତା, ଶ୍ରେଷ୍ଠ ନିର୍ଦ୍ଦେଶକ ଆଦି ଆହୁରି ଅନେକ କାଟେଗୋରୀ ପାଇଁ ଏହା ମନୋନୀତ ହୋଇଛି।

ଜଳବାୟୁ ପରିବର୍ତ୍ତନ ତଥା ପ୍ରାକୃତିକ ବିପର୍ଯ୍ୟୟ ସହ ସମୁଦ୍ର ଗର୍ଭରେ ହଜିଯାଉଥିବା ଓଡ଼ିଶାର ଗ୍ରାମଗୁଡ଼ିକର କାହାଣୀ ଉପରେ ଏହି ଚଳଚ୍ଚିତ୍ର ଆଧାରିତ। ଏହି ଚଳଚ୍ଚିତ୍ରଟି ଏକାଡେମୀ ସ୍କ୍ରିନିଂ ରୁମରେ ଉପଲବ୍ଧ ଏବଂ ଏହାକୁ ଭୋଟ୍ ଏବଂ ନାମାଙ୍କନ ପାଇଁ ଏକାଡେମୀ ସଦସ୍ୟମାନେ ଦେଖିବେ।

Comments are closed.