ମହିଳାଙ୍କୁ ଜୀବନର ରାହା ଦେଖାଇଛି ଛତୁ ଛାଷ

0

କଳିଙ୍ଗନଗର: ସୁକିନ୍ଦା ବ୍ଲକ୍‍ ଅନ୍ତର୍ଗତ ସନସାଇଲୋ  ଗ୍ରାମ ପଞ୍ଚାୟତର ମହିଳାମାନେ ଧିରେ ଧିରେ ସଶକ୍ତ ହେବା ଦିଗରେ ଅଗ୍ରସର ହେଉଛନ୍ତି। ଗୃହିଣୀରୁ ଉଦ୍ୟୋଗୀ ହେବା ପର୍ୟ୍ୟନ୍ତ ଏହି ମହିଳାମାନଙ୍କ ଯାତ୍ରା ରାଜ୍ୟର ଗ୍ରାମୀଣ ଅଞ୍ଚଳରୁ ବାହାରି ଅନ୍ୟମାନଙ୍କୁ ଅନୁପ୍ରେରିତ କରୁଛି। ଉକ୍ତ ଅଞ୍ଚଳରେ ଅନ୍ୟ ପଛୁଆ ବର୍ଗ (ଓବିସି) ର ପ୍ରାୟ ୮ ଜଣ ମହିଳା ଛତୁ ଛାଷରେ ନିୟୋଜିତ ହେବା ସହିତ ସେମାନଙ୍କ ପରିବାରଙ୍କୁ ସହଯୋଗ କରୁଛନ୍ତି। ଛତୁ ଚାଷରେ ନିଜ କାର୍ୟ୍ୟ ପାଇଁ ପରିଚିତ ଟାଟା ଷ୍ଟିଲର ସହଯୋଗୀ ସଂସ୍ଥା ଟାଟା ଷ୍ଟିଲ ଗ୍ରାମୀଣ ବିକାଶ ସଂସ୍ଥା (ଟିଏସ୍ଆଯରଡିଏସ୍‍) ପକ୍ଷରୁ ଢେଙ୍କାନାଳଠାରେ ପ୍ରଶିକ୍ଷଣ ପାଇବା ପରେ ଉକ୍ତ ଗ୍ରାମ ପଞ୍ଚାୟତର ମହିଳାମାନେ ଛତୁ ଚାଷ କରୁଛନ୍ତି। ଯାହାଫଳରେ ସେମାନେ ଆତ୍ମନିର୍ଭର ଶୀଳ ହେବା ସହ ରୋଜଗାରର ଏକ ମାଧ୍ୟମ ପାଇପାରିଛନ୍ତି। ମହିଳାମାନେ ଛତୁ ଚାଷ କରି ମାସକୁ ପ୍ରାୟ ୩ ହଜାରରୁ ଉର୍ଦ୍ଧ ଟଙ୍କା ଆୟ କରୁଛନ୍ତି।ସେଠାକାର ମହିଳା ଉଦ୍ୟୋଗୀଙ୍କ କହିବାକଥା ସେମାନେ ପୂର୍ବରୁ ନିଜ ଖର୍ଚ୍ଚ ପାଇଁ ସ୍ୱାମୀ ଏବଂ ପରିବାର ଉପରେ ନିର୍ଭର କରୁଥିଲେ କିନ୍ତୁ ଛତୁ ଚାଷ ପରେ ସେମାନଙ୍କୁ ଆଉ କାହା ଉପରେ ନିର୍ଭର କରିବାକୁ ପଡୁନି।

କୌଣସି ବଜାର ସଂଯୋଗୀକରଣ ବିନା ସେମାନେ ଆଜି ଅନେକ ଗ୍ରାହକ ସୃଷ୍ଟି କରିପାରିଛନ୍ତି। ମହିଳାମାନଙ୍କୁ ସଶକ୍ତ କରିବା ସହିତ ସ୍ଥାନୀୟ ଲୋକଙ୍କ ଜୀବନଧାରଣ ମାନରେ ଉନ୍ନତି ଆଣିବା ଲକ୍ଷ୍ୟରେ ଉକ୍ତ ଗ୍ରାମ ପଞ୍ଚାୟତର ମହିଳାଙ୍କ ଭଳି ଟିଏସ୍ଆାରଡିଏସ୍‍ କଳିଙ୍ଗନଗର ଓ ଏହାର ପାର୍ଶ୍ବବର୍ତ୍ତୀ ଗ୍ରାମର ମହିଳାମାନଙ୍କୁ ଛତୁ ଚାଷ ଉପରେ ପ୍ରଶିକ୍ଷଣ ପ୍ରଦାନ କରୁଛି। ପ୍ରଶିକ୍ଷଣ ପ୍ରଦାନ ବ୍ୟତୀତ ଟିଏସ୍ଆରରଡିଏସ୍‍ ସେମାନଙ୍କୁ ନିୟମିତ ଭାବେ ଛତୁ ଚାଷ ପାଇଁ ଛପର ଯୋଗାଇ ଦେବା ବ୍ୟତୀତ ଏହାର କିଣା ବିକା ପାଇଁ ଛତୁ ମହାସଂଘ ସହିତ ଯୋଗାଯୋଗ ସ୍ଥାପନ କରିବାରେ ସହାୟତା ପ୍ରଦାନ କରୁଛି।

Leave A Reply