ଅକ୍ଷମତା ଉପରେ ସଚେତନତା କାର୍ୟ୍ୟକ୍ରମ

କଳିଙ୍ଗନଗର: ଅକ୍ଷମତା ଉପରେ ସଚେଚନତା ସୃଷ୍ଟି କରିବା ଲକ୍ଷ୍ୟରେ ଟାଟାଷ୍ଟିଲ ଗ୍ରାମୀଣ ବିକାଶ ସଂସ୍ଥା ପକ୍ଷରୁ ଏକ କର୍ମଶାଳା ଆୟୋଜିତ ହୋଇଯାଇଛି। ନିଜମଧ୍ୟରେ ଏକ ଅନ୍ତର୍ଭୁକ୍ତକାରୀ ସମାଜସୃଷ୍ଟିକରିବା ପାଇଁ ସେମାନଙ୍କୁ ସଚେତନ କରିବା ଲକ୍ଷ୍ୟରେ ମୁଖ୍ୟତଃ ଅଙ୍ଗନୱାଡ଼ି କର୍ମଚାରୀଙ୍କୁ ନେଇ ଏହି କର୍ମଶାଳାର ଆୟୋଜନ କରାଯାଇଥିଲା। ନୂଆ ମୁଣ୍ଡିସ୍ଥିତ ସବଳ କେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ଅତୁଲ ସହାୟ ଓ ବରିଷ୍ଠ ପ୍ରଶିକ୍ଷକ ଶିଭେନ୍ଦ୍ର ସିଂହ କର୍ମଶାଳାକୁ ପରିଚାଳନା କରିଥିଲେ। ସବଳ ହେଉଛି ଟାଟାଷ୍ଟିଲ ଦକ୍ଷତା ବିକାଶ ସମିତି (ଟିଏସ୍ଏସ୍ଡିଏସ୍) ଓ ସ୍ୱତନ୍ତ୍ରକ୍ଷମ (ପିଡବ୍ଲୁଡି)ଙ୍କ ପାଇଁ ଉଦ୍ଦିଷ୍ଟ ସମର୍ଥ ଭାରତର ଏକ ମିଳିତ ପଦକ୍ଷେପ।

ସୁକିନ୍ଦାରୁ ପ୍ରାୟ ୭୦ ଜଣ ଅଙ୍ଗନୱାଡ଼ି କର୍ମଚାରୀ ଉକ୍ତ କର୍ମଶାଳାରେ ଅଂଶଗ୍ରହଣ କରିଥିଲେ। ଉକ୍ତକର୍ମଶାଳାରେ ସେମାନଙ୍କୁ ବିଭିନ୍ନ ପ୍ରକାର ଅକ୍ଷମତା ଓ ସେଥି ପ୍ରତିସର କାରୀକର୍ମଚାରୀମାନଙ୍କ ବ୍ୟବହାର ଉପରେ ସଚେତନ କରାଯାଇଥିଲା। ଏହା ସହିତ ସେମାନଙ୍କୁ ଅକ୍ଷମତା ପ୍ରମାଣପତ୍ର ଓ ପିଡବ୍ଲୁଡ଼ିମାନଙ୍କୁ ଏହାକୁ ଯୋଗାଇ ଦେବା ପ୍ରକ୍ରିୟା ଉପରେ ସୂଚନା ପ୍ରଦାନ କରାଯାଇଥିଲା। ଏହି ଅବସରରେ ଅତୁଲ କହିଛନ୍ତି ଯେ “ପିଡବ୍ଲୁଡ଼ି ଚିହ୍ନଟ କରିବା ସହିତ ସେମାନଙ୍କୁ ନିଜର ସଂପୂର୍ଣକ୍ଷମତାର ବ୍ୟବହାର ମାଧ୍ୟମରେ ମୁଖ୍ୟ ଧାରାକୁଫେରାଇ ଆଣିବା ଉପରେ ବିଶେଷଗୁରୁତ୍ୱ ଦିଆଯାଉଛି”।

ଏଥିରେଯୋଗ ଦେଇଥିବା ଅଙ୍ଗନୱାଡ଼ିକର୍ମଚାରୀଙ୍କୁ ପଞ୍ଚାୟତସ୍ତରରେ ନିରୀକ୍ଷଣମାଧ୍ୟମରେ ଅକ୍ଷମତା ଅଧିକାରକୁ ପ୍ରଭାବିଢଙ୍ଗରେ କାର୍ୟ୍ୟକାରୀ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବାକୁ ଉତ୍ସାହିତ କରାଯାଇଥିଲା। ଏଥିରେଯୋଗ ଦେଇଥିବା ଜଣେ କର୍ମଚାରୀ ଦିପ୍ତି ମହନ୍ତଙ୍କ କହିବା ଅନୁଯାୟୀ, ଅସମାନ ବ୍ୟବହାର ଓ ଭେଦଭାବ ଅକ୍ଷମଲୋକମାନଙ୍କ ସାଧାରଣ ଅଧିକାର ଓ ମୌଳିକସ୍ୱାଧୀନତାକୁ ଅବରୋଧ କରିଥାଏ। ଆମେସେମାନଙ୍କୁ ଯଥା ସମ୍ଭବସହାୟତା ପ୍ରଦାନ କରିବାକୁଚେଷ୍ଟାକରିବୁ”।ସୁକିନ୍ଦାବ୍ଲକ୍ ଅଧ୍ୟକ୍ଷା ପଦ୍ମାବତୀ ଜେନା ଓ ସିଡିପିଓ ସଞ୍ଜୁକ୍ତା କାନୁନ୍ଗୋ ପ୍ରମୁଖ ଉକ୍ତକର୍ମଶାଳାରେ ଉପସ୍ଥିତ ଥିଲେ।

Comments are closed.