ଝଲସିଲା କଳିଙ୍ଗ

0

ବିଶ୍ବକପ୍‌ ହକି ଇତିହାସରେ ପ୍ରଥମ ଥର ପାଇଁ ହୋଇଥିବା ଆଖିଝଲସା ଉଦ୍‌ଘାଟନୀ ଉତ୍ସବ ବିଶ୍ବବାସୀଙ୍କୁ ସ୍ତବ୍ଧ କରିଛି। ଏଥିରେ ଓସ୍କାର ବିଜୟୀ ସଙ୍ଗୀତଜ୍ଞ ଏ.ଆର୍.ରେହମାନଙ୍କ ଯାଦୁକରୀ ସ୍ବର, ବଲିଉଡ୍‌ ବାଦ୍‌ଶାହା ଶାହରୁଖ ଖାନ୍‌ଙ୍କ ବାକ୍‌ଚାତୁରୀ ଓ ଧକ୍‌ ଧକ୍‌ ଗାର୍ଲ ମାଧୁରୀ ଦୀକ୍ଷିତଙ୍କ ନୃତ୍ୟାଭିନୟ ସାଙ୍ଗକୁ ୧୧୦୦ କଳାକାରଙ୍କ ୮ପ୍ରକାର ନୃତ୍ୟ ପ୍ରଦର୍ଶନ ସମାରୋହରେ ଉପସ୍ଥିତ ୨୦ହଜାର ଦର୍ଶକଙ୍କୁ ବିମୋହିତ କରିଥିଲା। ଏହି ଅବସରରେ ମାଧୁରୀ ଦୀକ୍ଷିତ୍ ପୃଥିବୀ ମାତା ନୃତ୍ୟ ପ୍ରଦର୍ଶନ କରିଥିବାବେଳେ ଶାହରୁଖ୍ ଖାନ୍‌ ‘ଚକ୍‌ ଦେ ଇଣ୍ଡିଆ’ର ସଂଳାପ କହିଥିଲେ।

Leave A Reply