ଭାଲେଣ୍ଟାଇନ୍ସ ଡେ କୁ ବିରୋଧ; କଳିଙ୍ଗ ସେନାର ୧୦ କର୍ମୀ ଅଟକ

0

ଭୁବନେଶ୍ୱର : ଭାଲେଣ୍ଟାଇନ୍ସ ଡେ ରେ ପ୍ରେମୀ ଯୁଗଳଙ୍କୁ ବିରୋଧ କରୁଥିବା କଳିଙ୍ଗ ସେନାର ୧୦ ଜଣ କର୍ମୀଙ୍କୁ ପୁଲିସ ଅଟକ ରଖିଛି । ଭୁବନେଶ୍ୱର ଏସପ୍ଲାନେଡ ସପିଂ ମଲ ନିକଟରେ କଳିଙ୍ଗ ସେନାର କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସମୟରେ ପୁଲିସ ସେମାନଙ୍କୁ ଉଠାଇ ନେଇଛି । ବିଛୁଆତି ଉପହାର ଦେବା ପୂର୍ବରୁ ପୁଲିସ ସେମାନଙ୍କୁ ଉଠାଇ ନେଇଥିବା ଜଣାପଡିଛି । ଅନ୍ୟପକ୍ଷରେ ବଜରଙ୍ଗ ଦଳ ପକ୍ଷରୁ ମଧ୍ୟ ଏହାକୁ ଶାନ୍ତିପୂର୍ଣ୍ଣ ଭାବରେ ବିରୋଧ କରାଯାଇଛି । ପ୍ରେମକୁ ବିରୋଧ କରାଯାଉନି ବରଂ ପାଶ୍ଚାତ୍ୟ ସଂସ୍କୃତିର ଖରାପ ପରମ୍ପରାକୁ ବିରୋଧ କରାଯାଉଛି ବୋଲି ବଜରଙ୍ଗ ଦଳ ପକ୍ଷରୁ କୁହାଯାଇଛି । ବିରୋଧକୁ ଦୃଷ୍ଟିରେ ରଖି ପାର୍କ ଓ ମଲ ଗୁଡିକରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି । ଏଥିପାଇଁ କମିଶନରେଟ ପୁଲିସ ପକ୍ଷରୁ ପ୍ରାୟ ୧୨ରୁ ୧୫ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ସେହିପରି କୌଣସି ଦଳ କିମ୍ବା ସଙ୍ଗଠନ ପ୍ରେମୀ ଯୁଗଳଙ୍କୁ ମାରପିଟ ବା ଅସଦାଚରଣ ଅଭିଯୋଗ ଆସିଲେ ଦୃଢ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି କମିଶନରେଟ ପୁଲିସ ପକ୍ଷରୁ କୁହାଯାଇଛି ।

Leave A Reply