କଳିଙ୍ଗା ଘାଟି ଦୁର୍ଘଟଣା: ଘରକୁ ଫେରିଲେ ୧୨ ସୁସ୍ଥ, ୩ ଚିକିତ୍ସାଧିନ

ଡେସ୍କ: କଳିଙ୍ଗା ଘାଟିରେ ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣାରେ ଆହତ ହୋଇ ମେଡିକାଲରେ ଚିକିତ୍ସିତ ହେଉଥିବା ଆହତମାନଙ୍କ ମଧ୍ୟରୁ ୧୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୩ ଜଣ ଆହତ ବ୍ରହ୍ମପୁର ବଡ ମେଡିକାଲରେ ଚିକିତ୍ସାଧିନ ଅଛନ୍ତି। ଗତ ୨୪ ତାରିଖ ବିଳମ୍ବିତ ରାତିରେ ଗଞ୍ଜାମ-କନ୍ଧମାଳ ସୀମାନ୍ତ କଳିଙ୍ଗା ଘାଟିର ଶେଷ ପୋଲ ତଥା ଦୁର୍ଗା ପ୍ରସାଦ ନିକଟରେ ଭାରସାମ୍ୟ ହରାଇ ବସଟି ଓଲଟି ପଡ଼ିଥିଲା। ଏଥିରେ ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫୦ରୁ ଊର୍ଦ୍ଧ୍ବ ଆହତ ହୋଇଥିଲେ। ୭୦ ଜଣ ଯାତ୍ରୀଙ୍କୁ ନେଇ ଏହି ତୀର୍ଥଯାତ୍ରୀ ବସଟି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ିରୁ ବିଶାଖାପାଟଣା ଅଭିମୁଖେ ଯାଉଥିବା ବେଳେ ଏଠାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ପଶ୍ଚିମବଙ୍ଗ ସୁଲତାନପୁର ଗ୍ରାମରୁ ସେହି ତୀର୍ଥଯାତ୍ରୀମାନେ ଆସିଥିଲେ ବୋଲି ଜଣାପଡ଼ିଛି।

Comments are closed.