ଝିଅ ସାମ୍ନାରେ ମାଆକୁ ହାଣିଲା ବାପା

0

କାଲିମେଳା : ମାଲକାନଗିରି ଜିଲା ଏମଭି-୭୯ ଥାନା ଅନ୍ତର୍ଗତ ଟିଗଲ ପଞ୍ଚାୟତର ଏମପିଭି-୬୫ ଗ୍ରାମର ବକୁଲ ସରଦାରଙ୍କ ପୁଅ ସୁଜିତ ସରଦାର ନିଜ ୨ ବର୍ଷର ଝିଅ ସମ୍ମୁଖରେ ସ୍ତ୍ରୀ ଅନିତା ସରଦାର(୨୮)କୁ ଏକ ଧାରୁଆ ଅସ୍ତ୍ରରେ ହାଣି ବିଭତ୍ସ ଭାବେ ହତ୍ୟା କରଥିବା ଅଭିଯୋଗ ହୋଇଛି। ହତ୍ୟାକରିବା ପରେ ସୁଜିତ ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ହତ୍ୟାକାଣ୍ଡର ସଠିକ୍‌ କାରଣ ଜଣାପଡିନଥିବା ବେଳେ ପାରିବାରିକ କଳହ ଯୋଗୁଁ ଏପରି ବିଭତ୍ସ ହତ୍ୟାକାଣ୍ଡ ଘଟିଥିବା କୁହାଯାଉଛି । ମୃତାଙ୍କ ବାପାଘର ଲୋକ ଓ ଗାଁ ଲୋକମାନଙ୍କଠାରୁ ସୂଚନା ନେବାରୁ ଜଣାପଡିଛି ଯେ ଏମପିଭି-୬୫ ଗ୍ରାମର ବକୁଲ ସରଦାରଙ୍କ ଦ୍ୱୀତିୟ ପୁଅ ସୁଜିତ ୩ ବର୍ଷତଳେ କାଲିମେଳା ବ୍ଲକ ଅନ୍ତର୍ଗତ ଚିତ୍ରାଙ୍ଗାପାଲ୍ଲୀ ପଞ୍ଚାୟତର ଏମଭି-୧୧୮ଗ୍ରାମର ମୃତ ବିଜୟ ମଣ୍ଡଳଙ୍କ ଝିଅକୁ ପ୍ରେମ ବିବାହ କରିଥିଲେ। ତେବେ ସୁଜିତ ଓ ଅନିତା ଶ୍ୱଶୁର ଘରଏମଭି-୧୧୮କୁ ବୁଲିବାକୁ ଯାଇ ଦୁଇ ଦିନ ତଳେ ନିଜ ଘରଏମପିଭି-୬୫ ଗାଁକୁ ଫେରିଥିଲେ। ଅନିତା ସୋମବାର ନିଜ ୨ ବର୍ଷର ଝିଅ ଜ୍ୟେତିକୁ ଗୋଟିଏ ଘରେ କ୍ଷୀର ଖାଇବାକୁ ଦେଉଥିବା ବେଳେ ସୁଜିତ ଏକ ଧାରୁଆ କାତି ନେଇ ନିଜ ଝିଅ ସାମ୍ନାରେ ଅନିତାକୁ ହାଣି ପକାଇଥିଲା । ମା ରକ୍ତରେ ଝିଅଟି ଗାଧୋଇ ପଡିଥିଲା । ଖବର ପାଇଁ ଏମଭି-୭୯ ଥାନା ଅଧିକାରୀ ଜଗଦିଶ ବାରାଙ୍କ ସହ ଏକ ପୁଲିସ ଟିମ ଗ୍ରାମରେ ପହଞ୍ଚି ଶବ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି ।

Leave A Reply